ବେକାର ଯୁବକଙ୍କ ପାଇଁ ଖୁସି ଖବର, ୧୨୧୮ ବନରକ୍ଷକ ପାଇଁ ଖୁବ ଶୀଘ୍ର ନିଯୁକ୍ତି

ବେକାର ଯୁବକଙ୍କ ପାଇଁ ପୁଣି ଖୁସି ଖବର। ଅନେକ ସମୟ ବ୍ଯବଧାନ ପରେ ବନରକ୍ଷକ ପାଇଁ ପାଖାପାଖି ୧୨୧୮ଟି ପଦବୀରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ବନ ବିଭାଗ ଭର୍ତ୍ତି ନିୟମାବଳୀରେ ସଂଶୋଧନ କରି ଏହି ପଦବୀ ପୂରଣ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ସେହିଭଳି ଅଧିନସ୍ଥ ସେବା ଚୟନ ଆୟୋଗ ମଧ୍ୟ ନିଜ ତରଫରୁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି । ସେମାନଙ୍କ କହିବାନୁଯାୟୀ, ବନ ବିଭାଗ ପକ୍ଷରୁ ଶାରୀରିକ ପରୀକ୍ଷାର ମାପଦଣ୍ଡ ପୁରା କରିବା ମାତ୍ରେ ହିଁ ଏହି ପଦବୀରେ ଭର୍ତ୍ତି ହେବା ଆରମ୍ଭ ହେବ।

ବନରକ୍ଷକ ଭର୍ତ୍ତି ପାଇଁ ପାଖାପାଖି ୧.୮୦ ଲକ୍ଷ ଯୁବକ ଆବେଦନ କରିଥିଲେ। ଏଥିପାଇଁ ମଧ୍ୟ ବନ ବିଭାଗ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ । କିନ୍ତୁ ଏଥିରେ ନିୟମିତକରଣ ମଧ୍ୟସ୍ଥତା କରିବାକୁ ଏହି ମାମଲା ଉଚ୍ଚ ନ୍ଯାୟାଳୟରେ ପହଞ୍ଚିଗଲା। ବନ ବିଭାଗ ସୂତ୍ରରୁ ଜଣାପଡିଛି ଯେ, ଏବେ ନ୍ଯାୟାଳୟରୁ ଏହି ମାମଲାକୁ ସଫଳତାର ସହ ନ୍ଯାୟ ମିଳିସାରିଛି। ଏଥିରେ ଉତ୍ସାହିତ ହୋଇ ବନବିଭାଗ ଏହା ଦ୍ବିତୀୟ ସମସ୍ଯା ସମାଧାନ ପାଇଁ ଆଗକୁ ପାଦ ବଢାଇଛି। ଦ୍ବିତୀୟ ସମସ୍ଯା ହେଉଛି, ବନ ବିଭାଗରେ ଭର୍ତ୍ତି ନିୟମାବଳୀରେ ଲିଖିତ ପରୀକ୍ଷା ପୂର୍ବରୁ ଶାରୀରିକ ପରୀକ୍ଷା ହେବାର ନିୟମ ରହିଛି। ଏଥିରେ ୧.୮୦ ଲକ୍ଷ ଯୁବକ ଶାରୀରିକ ଦକ୍ଷତା ପରୀକ୍ଷା ନେବାକୁ ପଡିବ। ଏହି ସମସ୍ଯାକୁ ଦୃଷ୍ଟିରେ ରଖି ବନ ବିଭାଗ ଏବେ ଏହି ନିୟମାବଳୀରେ ସଂଶୋଧନ କରିବାକୁ ଚାହୁଁଛି। ଏହି ସଂଶୋଧନରେ କେବଳ ଶାରୀରିକ ପରୀକ୍ଷା ପୂର୍ବରୁ ଲିଖିତ ପରୀକ୍ଷା ଦେବାକୁ ପଡିବ ବୋଲି କୁହାଯାଇଛି। ଏପରି ହେଲେ ବନ ବିଭାଗ ପକ୍ଷରୁ ବନରକ୍ଷକ ପାଇଁ ଭର୍ତ୍ତିରେ ଆଉ ବେଶୀ କିଛି ସମସ୍ଯା ଉପୁଜିବ ନାହିଁ।

ବିଭାଗରେ ଜମା ରହିଛି ୪.୫ କୋଟି ଟଙ୍କା : 

ବନ ବିଭାଗରେ ପରୀକ୍ଷା ଶୁଳ୍କ ବାବଦରେ ୪.୫ କୋଟି ଟଙ୍କା ଜମା ରହିଛି। ପାଖାପାଖି ୩ ବର୍ଷ ପୂର୍ବେ ଏହି ଭର୍ତ୍ତି ପ୍ରକ୍ରିୟା ରଦ୍ଦ ହୋଇଥିଲା। ଏବେ ଆବେଦନ କରସାରିଥିବା ଯୁବକ ଏବେ ଅପେକ୍ଷାରେ ରହିଛନ୍ତି।

 

Leave A Reply

Your email address will not be published.