ଜାଣନ୍ତୁ ବର୍ଷା ସମୟରେ ନିଜ ସ୍ମାର୍ଟଫୋନକୁ କିଭଳି ରକ୍ଷା କରିବେ

ବର୍ତ୍ତମାନ ଆରମ୍ଭ ହୋଇସାରିଛି ବର୍ଷାଋତୁ। ଏହି ସମୟରେ ବାହାରକୁ ଯିବା ସମୟରେ ବର୍ଷା ଆରମ୍ଭ ହୋଇଥାଏ। ଏହି କାରଣରୁ ଅନେକ ଥର ଫୋନକୁ ସୁରକ୍ଷିତ ରଖିବାରେ କଷ୍ଟକର ହୋଇଥାଏ। ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯଦି ବର୍ଷାରେ ଫୋନ ଓଦା ହୋଇଯାଏ ତେବେ କଣ କରିବେ।

-ଯଦି ଆପଣ ବାହାରକୁ ବାହାରିବା ସମୟରେ ହଠାତ ବର୍ଷା ହୁଏ ତେବେ ଚେଷ୍ଟା କରନ୍ତୁ ଫୋନକୁ ରୁମାଲରେ ଗୁଡାଇ ରଖନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଫୋନମଧ୍ୟକୁ ପାଣି ନଯାଏ।

-ଏହି ସମୟରେ ଫୋନ ଅଫ ରଖନ୍ତୁ।

-ଯଦି ଫୋନ ଅଧିକ ଓଦା ହୋଇଯାଇଥାଏ ତେବେ ଫୋନକୁ ବହୁତ ସମୟ ଅଫ ରଖନ୍ତୁ। କାରଣ ସେଥିରେ ଯେଉଁ ପାଣି ଭିତରକୁ ଯାଇଥିବ ତାହା ଧୀରେ ଧୀରେ ସୁଖିଯିବ।

phone tips-ଯଦି ଆପଣଙ୍କ ଫୋନର ବ୍ୟାଟେରୀ ଅଲଗା ହୋଇପାରେ ତେବେ ତୁରନ୍ତ ତାହାକୁ ଅଲଗା କରିବା ସହ ସିମ୍ କାର୍ଡ ମଧ୍ୟ ବାହାର କରିଦିଅନ୍ତୁ।

-କୌଣସି କପଡ଼ା ସାହାଯ୍ୟରେ ଫୋନକୁ ଧୀରେ ଧୀରେ ପୋଛନ୍ତୁ। ଏବଂ ଧ୍ୟାନ ରଖନ୍ତୁ ଏହାକୁ ଜୋରରେ ରଗଡନ୍ତୁ ନାହିଁ କାରଣ ଏପରି କରିବା ଦ୍ବାରା ପାଣି ଫୋନ ଭିତରକୁ ମଧ୍ୟ ଯାଇପାରେ।

ଏହା ସହ ପଢନ୍ତୁ: ଏବେ ନକଲି ନୋଟ ଚିହ୍ନଟ କରିବ ଏହି ସ୍ମାର୍ଟଫୋନ ଆପ୍

– ଏହା ବ୍ୟତୀତ ଫୋନକୁ ଖରାରେ ଶୁଖାନ୍ତୁ ନାହିଁ। ଏହାକୁ ଥଣ୍ଡା କିମ୍ବା ଶୁଖିଲା ସ୍ଥାନରେ ରକି ଶୁଖାନ୍ତୁ।

-ସିଲିକା ଜେଲ୍ କୁ ଏକ ପ୍ଲାଷ୍ଟିକ ବ୍ୟାଗରେ ରଖି ସେଥିରେ ଫୋନ ରଖି ୨୪ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହାପରେ ଫୋନ ଅନ୍ କରନ୍ତୁ। ଯଦି ଫୋନ ଅନ୍ ନହୁଏ ତେବେ ଚାର୍ଜରେ ଲଗାନ୍ତୁ। କାରଣ ଏହା ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବ୍ୟାଟେରୀରୁ ଚାର୍ଜ ଶେଷ ହୋଇଥାଇପାରେ। ବିଶେଷ କରି ବର୍ଷାଦିନେ ଫୋନ ବ୍ଯବହାର କରିବା ସମୟରେ ଏହି ସବୁ ଦିଗ ପ୍ରତି ଧ୍ଯାନ ଦିଅନ୍ତୁ।

Leave A Reply

Your email address will not be published.