Below header

ପୋଷ୍ଟ ଅଫିସ୍‌ରେ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ବଡ଼ ଝଟକା, ୧ ଏପ୍ରିଲରୁ ପ୍ରତ୍ୟେକ ଥର ଉଠାଣ ଉପରେ ଲାଗିବ ୨୫ ଟଙ୍କା

ଯଦି ଆପଣଙ୍କର ପୋଷ୍ଟ ଅଫିସ୍‌ରେ ଆକାଉଣ୍ଟ ଅଛି, ତା’ହେଲେ ଏହି ଖବର ଖାସ୍‌ ଆପଣଙ୍କ ପାଇଁ। କଥାଟି ହେଉଛି, ୧ ମାର୍ଚ୍ଚରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍‌ ବ୍ୟାଙ୍କ ଏକ ନୋଟିସ୍‌ ଜାରି କରିଥିଲା, ଯାହା ଅନୁସାରେ, ଏକ ଲିମିଟ୍‌ ପରେ ପ୍ରତ୍ୟେକ ଉଠାଣ ଏବଂ ଜମା କରିବା ଉପରେ ଏବେ ଚାର୍ଜ ଲାଗିବ।

ଏହି ନୂଆ ନିୟମକୁ ୧ ଏପ୍ରିଲ ୨୦୨୧ରୁ ଲାଗୁ କରାଯିବ। ଲିମିଟ୍‌ରୁ ଅଧିକ ଥର କ୍ୟାଶ୍‌ ଜମା କରିବା ଏବଂ ଉଠାଣ କରିବା ଉପରେ ଏକ ବେସିକ୍‌ ଚାର୍ଜ କରାଯିବ। ସେପଟେ ସେଭିଂ ଆକାଉଣ୍ଟ ପାଇଁ ଡିପୋଜିଟ୍‌ ସମ୍ପୂର୍ଣ୍ଣ ମାଗଣା ରହିବ। ୧ ମାସରେ କେବଳ ୪ ଥର ଉଠାଣ ଉପରେ କୌଣସି ବି ଚାର୍ଜ ଲାଗିବ ନାହିଁ। କିନ୍ତୁ ଏହା ପରେ ଅତି କମ୍‌ରେ ୨୫ ଟଙ୍କା ନଚେତ୍‌ ୦.୫୦ ପ୍ରତିଶତ ରାଶି ଚାର୍ଜ କଟିବ।

କରେଣ୍ଟ ଆକାଉଣ୍ଟରେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଣ ଉପରେ କୌଣସି ଚାର୍ଜ କଟିବ ନାହିଁ। କିନ୍ତୁ ଏହାର ତୁରନ୍ତ ପରେ ୨୫ ଟଙ୍କା ଚାର୍ଜ ଲାଗିବା ଆରମ୍ଭ ହୋଇଯିବ। ସେହିପରି ଗୋଟିଏ ମାସରେ ୧୦ ହଜାର ଟଙ୍କା ଜମା କରିବା ମାଗଣା ରହିବ, କିନ୍ତୁ ପରେ ୨୫ ଟଙ୍କା ଚାର୍ଜ ଲାଗିବ।

ଆଧାର ଆଧାରିତ AEPS ଟ୍ରାଞ୍ଜାକ୍ସନ ଉପରେ କୌଣସି ବି ପ୍ରକାର ନିୟମ ଏହିଭଳି ଲାଗୁ କରାଯାଇନାହିଁ। ଏହା ସମ୍ପୂର୍ଣ୍ଣ ମାଗଣା ରହିବ। ନନ୍‌ ଆଇପିପିବି ନେଟ୍‌ଓ୍ଵାର୍କ ଉପରେ ମାସକୁ ୩ ଟ୍ରାଞ୍ଜାକ୍ସନ ଫ୍ରି ଅଛି। ଅର୍ଥ ଜମା ଏବଂ ଉଠାଣ ଏଥିରେ ସାମିଲ ରହିଛି। ୩ ଟ୍ରାଞ୍ଜାକ୍ସନ ପରେ ଏହା ଉପରେ ବି ୨୦ ଟଙ୍କା ଚାର୍ଜ କଟାଯିବ। କହି ରଖୁଛୁ, ଏହି ଚାର୍ଜଗୁଡ଼ିକରେ ଜିଏସ୍‌ଟି ସାମିଲ ନାହିଁ। ଜିଏସ୍‌ଟି ଅଲଗା ଲାଗିବ। ଇଣ୍ଡିଆ ପୋଷ୍ଟ ତରଫରୁ ଗ୍ରାହକମାନଙ୍କୁ ମେସେଜ ଜରିଆରେ ଏ ନେଇ ସୂଚନା ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.