ଜାଣନ୍ତୁ, କରୋନା ଟିକା ନେବାକୁ ଗଲାବେଳେ କ’ଣ କରିବା ଓ କ’ଣ ନକରିବା ଉଚିତ୍‌

ନୂଆଦିଲ୍ଲୀ : ଦେଶରେ ବୟସ୍କ ଲୋକଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏବେ ନିକଟତମ ହସ୍‌ପିଟାଲକୁ ଯାଇ କରୋନା ଟିକା ନେଇପାରିବେ । ଏପର୍ଯ୍ୟନ୍ତ ଦେଢ଼ କୋଟିର ଅଧିକ ଲୋକଙ୍କୁ କରୋନା ଟିକା ଲଗାଯାଇ ସାରିଲାଣି । ଏ ପର୍ଯ୍ୟନ୍ତ ଟିକାର ସେମିତି କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇ ନଥିବା ବେଳେ କେହି କେହି ସାମାନ୍ୟ ଜର ନେଇ ଅଭିଯୋଗ କରିଛନ୍ତି । ତେବେ ଟିକା ନେବା ପରେ କି ପଦକ୍ଷେପ ନିଆଯିବା ଉଚିତ୍‌ ସେ ସମ୍ପର୍କରେ ବିଶେଷଜ୍ଞମାନେ ଏମିତି କିଛି କହିଛନ୍ତି ।

କ’ଣ କୁହନ୍ତି ବିଶେଷଜ୍ଞ

ବିଶେଷଜ୍ଞ କହିଛନ୍ତି ଟିକା ପୂର୍ଣ୍ଣ ଭାବେ ସୁରକ୍ଷିତ । ବିଶେଷତଃ କିଛି ଟେଷ୍ଟ ପାଇଁ ମେଡିକାଲ୍‌ ଗଲେ ଖାଲି ପେଟରେ ଯାଇଥାନ୍ତି । ହେଲେ କରୋନା ଟିକା ନେବାକୁ ଯିବା ବେଳେ କିଛି ଖାଇକରି ଯିବା ଉଚିତ୍‌ । ଟିକା ନେବାବେଳେ ମୁଡ୍‌ ରିଲାକ୍ସ ମୁଡ୍‌ରେ ରହିବା ଉଚିତ୍‌ । ତେବେ ଯଦି କେହି କିଛି ଅସୁବିଧା ଅନୁଭବ କରନ୍ତି ସେମାନଙ୍କୁ କାଉନସଲିଂ ରୁ ସହାୟତା ମିଳିପାରେ ।

ରୋଗୀମାନେ କ’ଣ କରିବା ଦରକାର

ବିଶେଷକରି ଡାଇବେଟିସ୍‌ ଓ ବ୍ଲଡ୍‌ ପ୍ରେସର ରୋଗୀଙ୍କୁ ଯାଞ୍ଚ ପରେ ଟିକା ଲଗାଇବା ଜରୁରୀ । କ୍ୟାନ୍‌ସର ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚାଲିବା ଦରକାର । ଟିକା ଲଗାଉଥିବା ବ୍ୟକ୍ତି ଡାକ୍ତରଙ୍କୁ ତାଙ୍କର ରୋଗର ସମସ୍ତ ବିବରଣୀ ଦେବା ଆବଶ୍ୟକ । ଯଦି ଏଲର୍ଜି ଅଛି ତେବେ ଟିକା ନେବା ପୂର୍ବରୁ ସମସ୍ତ ଚେକ୍‌ ଅପ୍‌ କରିବା ସହ ଡାକ୍ତରଙ୍କ ଠାରୁ ସବୁ କଥା ବୁଝିନେବା ଦରକାର । ସିଆର୍‌ସି କିମ୍ବା ଆଇଇଜି ସ୍ତରର ପରୀକ୍ଷା କରାଇ ନିଅନ୍ତୁ ।

ଟିକା ନେବା ପରେ କିଛି ଦିନ ଯାଏ ଡାକ୍ତରଙ୍କ ସମ୍ପର୍କରେ ରହିବା ଉଚିତ୍‌

ଟିକା ଲଗାଇବା ପରେ ବ୍ୟକ୍ତିଙ୍କୁ କିଛି ସମୟ ପର୍ଯ୍ୟନ୍ତ ଟିକା କେନ୍ଦ୍ରରେ ରହିବା ଆବଶ୍ୟକ । କାରଣ ଯଦି ତାଙ୍କର କିଛି ଗମ୍ଭୀର ସମସ୍ୟା ବାହାରେ ତାହେଲେ ଡାକ୍ତର ତାଙ୍କୁ ଦେଖିପାରିବେ । କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନହେବା ନେଇ ସୁନିଶ୍ଚିତ ହେବା ପରେ ଟିକା କେନ୍ଦ୍ର ଛାଡନ୍ତୁ । ତବେ ଜର ହେବା ଏକ ସାମାନ୍ୟ ଲକ୍ଷଣ । ଯଦି ଥଣ୍ଡା ଲାଗିବା କିମ୍ବା ଥକ୍କା ଲାଗିବା ଭଳି ସମସ୍ୟା ଦେଖାଦିଏ ତେବେ ଏହା ଅଳ୍ପ ଦିନ ଭିତରେ ଭଲ ହୋଇଯିବ । ସବୁଠାରୁ ବଡ଼ କଥା ହେଲା ଟିକା ନେବା ପରେ ଶରୀରକୁ ଭାଇରସ୍‌ ଠାରୁ ଇମ୍ୟୁନିଟି ହେବାକୁ କିଛି ଦିନ ଲାଗିଥାଏ । ତେଣୁ ଟିକା ନେବା ପରେ ବି କିଛି ଦିନ ଯାଏ ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଆଦି ପାଳନ କରିବା ଉଚିତ୍‌ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.