ନିର୍ଦ୍ଧାରିତ ସମୟରେ ଗଡ଼ିବ ଟ୍ରେନ, ନ ହେଲେ ଗଣିବେ ମୋଟା ଅଙ୍କର ଫାଇନ

ଦେଶରେ ବେସରକାରୀ ଟ୍ରେନ ଚଳାଚଳ ଆରମ୍ଭ ନେଇ ଯୋଜନା ହେଉଥିବା ନୂଆ ବିଜିନେସ ମଡେଲକୁ ନେଇ ଭାରତୀୟ ରେଳ ବିଭାଗ କିଛି କଟକଣା ଜାରି କରିଛନ୍ତି । ଭାରତୀୟ ରେଳ ବିଭାଗଙ୍କ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଟ୍ରେନ ଯଦି ନିର୍ଦ୍ଧରିତ ସମୟ ପୂର୍ବରୁ ବା ପରେ ଚାଲେ ତେବେ ବେସରକାରୀ ସଂସ୍ଥାକୁ ଫାଇନ ଦେବାକୁ ହେବ । ଏବାବଦରେ ରେଳ ବିଭାଗ ତରଫରୁ ପ୍ରକାଶ କରାଯାଇଛିକି, ଯଦି ଟ୍ରେନ ନିର୍ଧାରିତ ସମୟ ପୂର୍ବରୁ ବା ପରେ ଆସେ ତେବେ ପ୍ରାଇଭେଟ ଅପରେଟର୍ସ ମାନଙ୍କୁ ଏଥିପାଇଁ ଫାଇନ ଦେବାକୁ ହେବ । ଏହା ସହ ବିଭାଗ ତରଫରୁ ଏହା ମଧ୍ୟ କୁହାଯାଇଛିକି, ଦେଶକୁ ଆର୍ଥିକ ସଙ୍କଟରୁ ଉଦ୍ଧାର କରିବା ପାଇଁ ଅତି କମରେ ୯୫ ପ୍ରତିଶତ ଟ୍ରେନକୁ ସମୟାନୁଯାୟୀ ଚଳାଚଳ କରିବା ନିହାତି ଜରୁରୀ । ଆଗକୁ କେନ୍ଦ୍ର ରେଳ ବିଭାଗ ଓ ବେସରକାରୀ ସଂସ୍ଥାଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବାକୁ ଥିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି  ।

ଏନେଇ ରେଳ ବିଭାଗ ବେସରକାରୀ ସଂସ୍ଥାରେ ନିଜର ଜଣେ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରିବେ । ଦାୟିତ୍ୱରେ ଥିବା ବେସରକାରୀ ସଂସ୍ଥା ଗୁଡିକ ଠିକରେ କାମ କରୁଛନ୍ତିକି ନାହିଁ ତାହାର ତଦାରଖ ଏହି ଅଧିକାରୀ ମାନେ ହିଁ କରିବେ  । ଯଦି ଆଦାୟ ହୋଇଥିବା ରାଜସ୍ବ ପୂର୍ବରୁ ଦର୍ଶା ଯାଇଥିବା ରାଜସ୍ବ ଠାରୁ ଅଧିକା ହୁଏ  । ତେବେ ସଂସ୍ଥାକୁ ଫାଇନ ବାବଦରେ ଦୁଇଟିର ଅନ୍ତରର ଦଶ ଗୁଣା ଦାଖଲ କରିବାକୁ ହେବ । ସୂଚନା ଦେବା ଯୋଗ୍ୟକି, ବୁଧବାର ରେଳ ବିଭାଗ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଏହି ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.