ଗରିବ କଲ୍ୟାଣ ଯୋଜନାରେ ପ୍ରବାସୀ ଶ୍ରମିକଙ୍କୁ ୮ ଲକ୍ଷ ଦିନର ରୋଜଗାର ଦେବ ରେଳ ବିଭାଗ, ଓଡ଼ିଶାର ଶ୍ରମିକଙ୍କୁ ବି ମିଳିବ ସୁଯୋଗ

ପ୍ରବାସୀ ଶ୍ରମିକଙ୍କୁ ରୋଜଗାର ଦେବା ପାଇଁ ଅଣ୍ଟା ଭିଡ଼ିଛି ରେଳ ବିଭାଗ। କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ରୋଜଗାର ଅଭିଯାନ ଅନ୍ତର୍ଗତ ରେଳବିଭାଗ ଶ୍ରମିକଙ୍କୁ ୮ ଲକ୍ଷ ମାନବ ଦିବସ ରୋଜଗାର ଦେବ। ଏହି ଯୋଜନାରେ ମୋଟ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରେଳ ବିଭାଗର ଏହି ରୋଜଗାର ଉତ୍ତର ପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଓଡ଼ିଶା ଓ ଝାଡ଼ଖଣ୍ଡର ୧୧୬ଟି ଜିଲ୍ଲାରେ ଉପଲବ୍ଧ ହେବ।

Shramik Trains: 115 run so far, over one lakh migrants ferried ...

 

ରେଲେଓ୍ଵ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ ବୁଧବାର ଦିନ ରେଲେଓ୍ଵ ଜୋନ୍‌ ଓ ପିଏସ୍‌ୟୁର ମହାପ୍ରବନ୍ଧକ ଓ ପ୍ରବନ୍ଧ ନିର୍ଦ୍ଦେଶକଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବୈଠକ କରିଛନ୍ତି। ଏ ଅବସରରେ ଶ୍ରୀ ଯାଦବ ଜୋନାଲ ରେଲେଓ୍ଵକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତ୍ୟେକ ଜିଲ୍ଲା ସମେତ ରାଜ୍ୟଗୁଡ଼ିକରେ ମଧ୍ୟ ନୋଡାଲ ଅଧିକାରୀ ନିଯୁକ୍ତ କରନ୍ତୁ। ଫଳରେ ରାଜ୍ୟ ସରକାରଙ୍କ ସହ ତାଳମେଳ ରହିବ। ଜୋନାଲ ସ୍ତରରେ ରେଲେଓ୍ଵ ପ୍ରଶାସନ ପ୍ରବାସୀ ଶ୍ରମିକଙ୍କୁ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରେଲେଓ୍ଵର ଦେଢ଼ ଶହରୁ ଊର୍ଦ୍ଧ୍ୱ ସ୍ଥାନରେ ଚାଲିଥିବା କାମରେ ପ୍ରବାସୀଙ୍କୁ ରୋଜଗାର ଦେବାକୁ ଯୋଜନା ଚାଲିଛି।

Compliance of Labour Laws for contract labour employed in Railway

ରେଳ ମନ୍ତ୍ରଣାଳୟ ପ୍ରତିଦିନର କାର୍ଯ୍ୟ ଉପରେ ନଜର ରଖିବ। ଅକ୍ଟୋବର ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ମନ୍ତ୍ରଣାଳୟ ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ୧୨୫ ଦିନର ଏହି ଅଭିଯାନ ମିଶନ ମୋଡ୍‌ରେ କାମ କରିବ। ଏଥିରେ ୧୧୬ଟି ଜିଲ୍ଲାର ଶ୍ରମିକ ଉପକୃତ ହେବେ ବୋଲି ଜଣାଯାଇଛି। ଶ୍ରମିକମାନେ ସଡ଼କ ନିର୍ମାଣ, ଟ୍ରାକ୍‌ କଡ଼ରେ ଥିବା ନାଳ ସଫେଇ, ଷ୍ଟେସନ୍‌ରେ ନିର୍ମିତ ହେଉଥିବା ଆପ୍ରୋଚ୍‌ ରୋଡ୍‌ର ନିର୍ମାଣ ଆଦି କାମ କରିବେ ବୋଲି ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.