ସାଧାରଣତଃ ପ୍ରାଇଭେଟ କମ୍ପାନୀ ଗୁଡ଼ିକରେ କାର୍ୟ୍ୟ କରୁଥିବା କର୍ମଚାରୀଙ୍କ ସାଲାରୀରୁ ପ୍ରତି ମାସ ୧୨ ପ୍ରତିଶତ ସାଲାରୀ ପିଏଫ ହିସାବରେ କାଟାଯାଇଥାଏ। ଏହି ଟଙ୍କାକୁ କର୍ମଚାରୀଙ୍କ ପିଏଫ ଫଣ୍ଡ ତଥା ପିଏଫ୍ ଆକାଉଣ୍ଟରେ ଜମା କରିଥାନ୍ତି । ଏହାକୁ କର୍ମଚାରୀଙ୍କ ସେଭିଂ ହିସାବରେ ସଂସ୍ଥା ରଖିଥାଏ। ତେବେ ଆପଣ ଜାଣିଛନ୍ତି କି, ଏହି ସେଭିଂର ପୂର୍ଣ୍ଣ ହେବା ପରେ ଆପଣଙ୍କୁ କେତେ ଟଙ୍କା ମିଳିବ ଜାଣିଛନ୍ତି କ। ଯଦି କମ୍ପାନିରେ ଆପଣଙ୍କ ବେସିକ୍ ସାଲାରୀ ୨୦ ହଜାର ରହିଛି ତେବେ ରିଟାୟାରମେଣ୍ଟ ସମୟରେ ଆପଣଙ୍କୁ ସମୁଦାୟ ଦେଢ଼ କୋଟି ଟଙ୍କା ପ୍ରାପ୍ତ ହେବ।
କିପରି ହେବ ଜାଣନ୍ତୁ :
ଯଦି ପିଏଫ୍ ଦାତାଙ୍କ ବୟସ ୩୦ ବର୍ଷ ରହିଛି ଏବଂ ତାଙ୍କର ବେସିକ୍ ସାଲାରୀ ୨୦ ହଜାର ଟଙ୍କା ରହିଛି। ଯଦି ତାଙ୍କର ଦରମାରେ ବାର୍ଷିକ ହିସାବରେ ୮ ପ୍ରତିଶତ ବଢ଼ୁଛି ତେବେ ତାଙ୍କର ରିଟାୟାରମେଣ୍ଟ ବୟସ ୫୮ ବର୍ଷ ହେବ ।
ପ୍ରାଇଭେଟ କମ୍ପାନି ନିୟମ ଅନୁସାରେ, କର୍ମଚାରୀଙ୍କ ବେସିକ୍ ସାଲାରୀର ୧୨-୧୨ ପ୍ରତିଶତ କର୍ମଚାରୀ ଏବଂ କଂପାନୀର ପ୍ରତିଶତ ଆଧାରରେ ପିଏଫ ଆକାଉଣ୍ଟକୁ ଯାଇଥାଏ । ବର୍ତ୍ତମାନ ସମୟରେ ଇପିଏଫଓ ପିଏଫ ଡିପୋଜିଟ ଉପରେ ୮.୫୫ ପ୍ରତିଶତ ସୁଧ ଦିଆଯାଉଛି । ଏହି ହିସାବରେ ରିଟାୟରମେଣ୍ଟ ସମୟରେ ଇପିଏଫଓ ମେମ୍ବରଙ୍କ ପିଏଫ ଆକାଉଣ୍ଟରେ ପାଖାପାଖି ଦେଢ କୋଟି ଟଙ୍କା ସଞ୍ଚୟ ହୋଇ ରହିବ ।