ବିନା ପରୀକ୍ଷାରେ RBI ରେ ମିଳିବ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ସ୍ପେଶାଲିଷ୍ଟ ଅଫିସର ନିଯୁକ୍ତି ପାଇଁ ନୋଟିଫିକେସନ ଜାରି କରାଯାଇଛି। ବିନା ପରୀକ୍ଷାରେ ନିଯୁକ୍ତି ମିଳୁଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଆରବିଆଇର ଅଧିକାରକ ୱେବସାଇଟ୍ rbi.org.in କୁ ଯାଇ ଆବେଦନ କରିପାରିବେ।

ଯେଉଁ ପଦବୀ ଖାଲିପଡିଛି, ସେଥିରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ପାଖରେ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ଏଲୋପାଥିକ ସିଷ୍ଟମ ଅଫ ମେଡିସିନରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ଏମବିବିଏସରେ ଡିଗ୍ରୀ କରିଥିବା ଜରୁରୀ। ଏହାଛଡା କୌଣସି ହସପିଟାଲ କିମ୍ବା କ୍ଲିନିକରେ ଅତିକମରେ ଦୁଇବର୍ଷରୁ ଅଭିଜ୍ଞତା ଥିବା ଜରୁରୀ।

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୫ ମାର୍ଚ୍ଚ ୨୦୨୨ରୁ ଆରମ୍ଭ ହୋଇଥିବା ବେଳେ୫ ଏପ୍ରିଲ ୨୦୨୨ରେ ହେବ।

ପ୍ରାର୍ଥୀଙ୍କୁ ଚାକିରି ଗୁଜରାଟ ଅହମଦାବାଦର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆରେ ମିଳିବ।

ପଦବୀ ବିବରଣୀ:

ବ୍ୟାଙ୍କ ମେଡିକାଲ କନସଲଣ୍ଟାଣ୍ଟ: ୧

ଦରମା: କଣ୍ଟ୍ରାକ୍ଟ ଚୁକ୍ତି ପୂରଣ ସରିବା ପରେ ଘଣ୍ଟାକୁ ହଜାର ଟଙ୍କା ହିସାବରେ ଦରମା ମିଳିବ।

ଚୟନ ଯୋଗ୍ୟତା: ପ୍ରାର୍ଥୀଙ୍କ ଚୟନ ଇଣ୍ଟରଭ୍ୟୁ ଆଧାରରେ କରାଯିବ। ଇଣ୍ଟରଭ୍ୟୁ ପରେ ସର୍ଟଲିଷ୍ଟ ହୋଇଥିବା ଆବେଦନକାରୀ ବ୍ୟାଙ୍କର ମେଡିକାଲ କନସଲଣ୍ଟେଣ୍ଟ ଭାବେ ନିଯୁକ୍ତି ମିଳିବ। ପ୍ରଥମେ ମେଡିକାଲ ପରୀକ୍ଷା, ଦସ୍ତାବିଜ ଦାଖଲ କରିବାକୁ ପଡିବ।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀଙ୍କ ପାଖରେ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ ଦ୍ୱାରା ମାନ୍ୟତାପ୍ରାପ୍ତ ଏଲୋପାଥିକ ସିଷ୍ଟମ ଅଫ ମେଡିସିନରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମରେ ଏମବିବିଏସରେ ଡିଗ୍ରୀ କରିଥିବା ଜରୁରୀ। ଏହାଛଡା କୌଣସି ହସପିଟାଲ କିମ୍ବା କ୍ଲିନିକରେ ଅତିକମରେ ଦୁଇବର୍ଷରୁ ଅଭିଜ୍ଞତା ଥିବା ଜରୁରୀ।

ଆବେଦନ କିପରି କରିବେ ?

ଆବେଦନ କରିବା ପାଇଁ ପ୍ରାର୍ଥୀ ଅଫଲାଇନ ମୋଡରେ ନିମ୍ନଲିଖିତ ଠିକଣାରେ ଆବେଦନ କରିପାରିବେ।

Regional Director, Human Resource Management Department, Reserve Bank of India, 4th Floor, Main Office Building, Near Gandhi Bridge, Ahmedabad – 380014

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.