ବ୍ୟାଟ୍ ନୁହେଁ କଥାରେ ଦର୍ଶକଙ୍କ ମନୋରଂଜନ କରିବେ ରାଇନା, ରବିଶାସ୍ତ୍ରୀଙ୍କ ସହିତ କରିବେ କମେଣ୍ଟ୍ରି
ମିଷ୍ଟର ଆଇପିଏଲ୍ ନାମରେ ବେଶ ଜଣାଶୁଣା ସୁରଶ ରାଇନା। କିନ୍ତୁ ଚଳିତବର୍ଷ ଆଇପିଏଲରେ ତାଙ୍କୁ କୌଣସି ଦଳ କିଣିନଥିଲା। ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ରାଇନା କିଣିନଥିଲା। ନିଲାମୀ ସରିବା ପରେ କିଛି ଖେଳାଳି ନିଜ ନାମ ଫେରାଇ ନେଇଥିଲେ ଆଉ କେତେକ ଆଶାରେ ଥିଲେ ନିଶ୍ଚିତ ଭାବେ କୌଣସି ଟିମ୍ ତାଙ୍କୁ କିଣିପାରେ। କିନ୍ତୁ ସୁରେଶ ରାଇନା ଅନସୋଲ୍ଡ ହେବା ପରେ ଏବେ ଭାରତୀୟ ପୂର୍ବ କୋଚ ରବି ଶାସ୍ତ୍ରୀଙ୍କ ସହିତ ଆଇପିଏଲ ୨୦୨୨ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ।
ରିପୋର୍ଟ ଅନୁସାରେ, ସୁରେଶ ରାଇନା ଏବଂ ରବି ଶାସ୍ତ୍ରୀ ଆଇପିଏଲ ୨୦୨୨ରେ ହିନ୍ଦୀ କମେଣ୍ଟ୍ରି ଟିମ୍ରେ ସାମିଲ ହେବେ। ଆଇପିଏଲରେ ନ ଖେଳିଲେ ନାହିଁ କିନ୍ତୁ ନିଜ କଥା ଜରିଆରେ ଏଥର ଦର୍ଶକଙ୍କ ମନୋରଂଜନ କରିବେ।
ସୁରେଶ ରାଇନା ଆଇପିଏଲ୍ରେ ୨୦୫ଟି ମ୍ୟାଚ ଖେଳିଥିବା ବେଳେ ୫୫୨୮ ରନ୍ କରିଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ବ୍ୟତୀତ ଗୁଜୁରାଟ ଲାଇଏନ୍ସ ଟିମ୍ରେ ମଧ୍ୟ ଖେଳିଛନ୍ତି। ରାଇନାଙ୍କୁ ଚିନ୍ନା ଥାଲା ନାମରେ ମଧ୍ୟ ଜଣାଶୁଣା।
ରବି ଶାସ୍ତ୍ରୀ ୨୦୧୭ ପରେ ପ୍ରଥମ ଥର ପାଇଁ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିବେ। ବିଶ୍ୱକପ୍ ୨୦୦୭ ଏବଂ ୨୦୧୧ ବିଜୟୀ କ୍ଷଣରେ କମେଣ୍ଟ୍ରି କରୁଥିବା ଦେଖିବାକୁ ମିଳିଥିଲେ। ରବି ଶାସ୍ତ୍ରୀ କୋଚ ଭାବେ ୨୦୨୧ ବିଶ୍ୱକପ ପରେ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ତାଙ୍କ ତତ୍ତ୍ୱାବଧାନରେ ଭାରତ ଆଇସିସି ଟାଇଟଲ ଜିତିପାରିନଥିଲା କିନ୍ତୁ ଟେଷ୍ଟ କ୍ରିକେଟକୁ ବହୁତ ପ୍ରଭାବିତ କରିଥିଲେ।
ଆଇପିଏଲ୍ ୨୦୨୨ର ପ୍ରଥମ ମ୍ୟାଚ ୨୬ ମାର୍ଚ୍ଚରୁ ଆରମ୍ଭ ହୋବାକୁ ଯାଉଛି। ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ହେବ।