GoAir ର ବମ୍ପର ଅଫର୍‌, ମାତ୍ର ୧୨୯୬ ଟଙ୍କାରେ କରି ପାରିବେ ବିମାନ ଯାତ୍ରା

ଦୀପାବଳିକୁ ଆଖି ଆଗରେ ରଖି ଗୋଏୟାର ପକ୍ଷରୁ ବମ୍ପର ଅଫର ଘୋଷଣା କରାଯାଇଛି। ଘୋଷଣା ହୋଇଥିବା ନୂଆ ପ୍ଲାନ ଅନୁଯାୟୀ ମାତ୍ର ୧୨୯୬ ଟଙ୍କାରେ ଆପଣ ଦେଶ ଭିତରେ ଯେ କୌଣସି ସ୍ଥାନକୁ ଯାତ୍ରା କରିପାରିବେ। ଗୋ ଏୟାର ପକ୍ଷରୁ ଦୀପାବଳି ଅବସରରେ ୨୪ ଘଣ୍ଟିଆ ବୁକିଂ ଅଫର ଘୋଷଣା କରାଯାଇଛି । ଏହି ଅଫରରେ ଟିକେଟର ଦାମ ୧୨୯୬ ଟଙ୍କାରୁ ଆରମ୍ଭ ହେଉଛି। ବିଭିନ୍ନ ଗନ୍ତବ୍ୟକୁ ଦୂରତା ଅନୁସାରେ ଟିକେଟ ଦର ରିହାତି ପରେ ଭିନ୍ନ ଭିନ୍ନ ରହିବ।

goairଏହି ପ୍ଲାନ ମୁତାବକ ଇଛୁକ ଗ୍ରାହକ ଅକ୍ଟୋବର ୧୬ ତାରିଖରୁ ଅକ୍ଟୋବର ୧୭ ତାରିଖ ଦିନ ୩ଟା ସୁଦ୍ଧା ହିଁ ବୁକିଂ କରିପାରିବେ । ବୁକିଂ କରିଥିବା ଯାତ୍ରୀମାନେ ଅକ୍ଟୋବର ୨୦ ତାରିଖରୁ ଅକ୍ଟୋବର ୨୩ ତାରିଖ ମଧ୍ୟରେ ହିଁ ଯାତ୍ରା କରିପାରିବେ । ଏଥିପାଇଁ ଗୋ ଏୟାର ପକ୍ଷରୁ କିଛି ସର୍ତ୍ତ ମଧ୍ୟ ଜାରି  କରାଯାଇଛି। ଅଫିସିଆଲ ୱେବସାଇଟ ମାଧ୍ୟମରେ କେବଳ ଜଣେ ବ୍ୟକ୍ତି ହିଁ ୩୩ଟି ସ୍ଥାନ ମଧ୍ୟରୁ ଯେ କୌଣସି ଗୋଟିଏ ସ୍ଥାନକୁ ବୁକିଂ କରିପାରିବେ ।

ଏହାସହ ପଢନ୍ତୁ: ମାତ୍ର ୫୦ ଟଙ୍କାରେ ଏଣିକି ରେଳ ଷ୍ଟେସନରେ ବି ହୋଇପାରିବ ଶରୀରର ୧୬ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା

ଯଦି ଆକର୍ଷଣୀୟ ଅଫର ଦେଖି ଆପଣ ସପରିବାର ବୁକିଂ କରିବାକୁ ଚାହିଁବେ ତେବେ ବୁକିଂ କରିପାରିବେ ନାହିଁ । ଗୋ ଏୟାର ପକ୍ଷରୁ କୁହାଯାଇଛି ଯେ ୨୫ଟି ଘରୋଇ ଗନ୍ତବ୍ୟ ସହ ୮ଟି ଅନ୍ତର୍ଜାତୀୟ ଗନ୍ତବ୍ୟକୁ ଆପଣ ଏହି ଶସ୍ତା ଦରରେ ଯାତ୍ରା କରିପାରିବେ । ଅର୍ଥାତ ଭୁବନେଶ୍ୱରରୁ ମୁମ୍ବାଇ ସେବା ଯୋଗାଉଥିବା ଗୋ ଏୟାରରେ ମଧ୍ୟ ଆପଣ ଏହି ଶସ୍ତା ଯାତ୍ରାର ଫାଇଦା ଉଠାଇପାରିବେ ।