ଆୟୁର୍ବେଦର ଏହି ନିୟମ ଗୁଡିକୁ ପାଳନ କରି କରନ୍ତୁ ଫଳ ସେବନ

ଫଳ ପ୍ରକୃତିର ଏକ ଅନନ୍ୟ ବରଦାନ । ଏହାକୁ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ମନ ମଧ୍ୟ ପ୍ରଫୁଲ୍ଲ ରହିଥାଏ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହାକୁ ଖାଇବା ଦ୍ୱାରା ଶରୀରରେ ମୋଟା ପଣ ବଢ଼ିନଥାଏ କି ଚର୍ବି ମଧ୍ୟ ଜମି ନଥାଏ । କିନ୍ତୁ ପ୍ରକୃତିର ଏହି ଅନନ୍ୟ ଅବଦାନକୁ ଖାଇବା ସମୟରେ କେତେ ଗୁଡିଏ ଦିଗ ପ୍ରତି ନିହାତି ଭାବେ ଧ୍ୟାନ ଦେବା ଆବଶ୍ୟକ । ନଚେତ ଆୟୁର୍ବେଦ ଅନୁଯାୟୀ ଏହା ଶରୀରରକୁ ପୁଷ୍ଟି ଯୋଗାଇବା ପରିବର୍ତ୍ତେ କ୍ଷତି କରି ବସିଥାଏ । ଆସନ୍ତୁ ଆଜି ଜାଣିବା ଫଳ ଖାଇବାର କେତେ ଗୁଡିଏ ନିୟମ ସମ୍ପର୍କରେ ।

୧. ଆୟୁର୍ବେଦ ଅନୁଯାୟୀ ଯେଉଁ ଫଳ ସମ୍ପୂର୍ଣ୍ଣ ରୂପେ ମିଠା ନୁହେଁ ତାକୁ କ୍ଷୀର ସହ ଖାଇବା ଉଚିତ ନୁହେଁ । ଏହା ସହ ଯେଉଁ ଫଳରେ ଟିକେ ବି ଏସିଡର ମାତ୍ରା ଥାଏ ତାକୁ ମଧ୍ୟ କ୍ଷୀର ସହ ଖାଇବା ଠିକ ନୁହେଁ । ଏହା ଶରୀରରେ ଏକ ବିଷ କ୍ରିୟା ସୃଷ୍ଟି କରିଥାଏ । ଷ୍ଟ୍ର ବେରୀଯ ଫଳକୁ କ୍ଷୀର ସହ ଖାଇବା ଉଚିତ ନୁହେଁ । କଦଳୀ ମିଠା ହୋଇଥିଲେ ମଧ୍ୟ ଏହାକୁ କ୍ଷୀରରେ ମିଶାଇ ଖାଇବା ଠିକ ନୁହେଁ ।

fruits images

୨.ଆୟୁର୍ବେଦ ଅନୁଯାୟୀ କୌଣସି ଖାଦ୍ୟ ଖାଇବା ପରେ ଫଳ ଖାଆନ୍ତୁ ନାହିଁ । ଫଳ ଆପଣଙ୍କ ପାଚନ କ୍ରିୟାକୁ ପ୍ରଭାବିତ କରିପାରେ । ଏହା ଦ୍ୱାରା ଡାଇଯେସନ ପ୍ରକ୍ରିୟା ବିଗିଡି ଯାଇ ଏସିଡ଼ିଟି ହେବାର ସମ୍ଭାବନା ଅଧିକ ଥାଏ ।

୩. ଆୟୁର୍ବେଦ ଅନୁଯାୟୀ ରନ୍ଧା ହୋଇଥିବା ଖାଦ୍ୟ ସହ କେବେ ମଧ୍ୟ ରନ୍ଧା ନ ହୋଇଥିବା ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଏହି ଦୁଇ ପ୍ରକାର ଖାଦ୍ୟକୁ ହଜମ କରିବାରେ ଅଲଗା ଅଲଗା ଏନର୍ଜି ଖର୍ଚ୍ଚ ହୋଇଥାଏ ।

ଏହା ସହ ପଢନ୍ତୁ: ଜାଣନ୍ତୁ ସ୍କୁଲ ପିଲାଙ୍କ ଠାରେ କାହିଁକି ଅଧିକ ମାତ୍ରାରେ ଦେଖାଦେଉଛି ଏହି ସମସ୍ୟା

୪. ଆୟୁର୍ବେଦ ଅନୁଯାୟୀ ଫଳରୁ ରସ ବାହାର କରି ତାକୁ ଅଧିକ ସମୟ ରଖିବା ଉଚିତ ନୁହେଁ । ତାକୁ ସଙ୍ଗେ ସଙ୍ଗେ ପିଇଦେବା ଆବଶ୍ୟକ ଫଳରେ ପ୍ରାକୃତିକ ମିଠା ଥାଏ । କିନ୍ତୁ ପ୍ରିଜର୍ଭ ହୋଇଥିବା ଫଲରସରେ ଆର୍ଟିଫିସିଆଲ ମିଠା ଦିଆଯାଇଥାଏ ।

୫. ଆୟୁର୍ବେଦ ଅନୁଯାୟୀ ଫଳ ଖାଇବାର ପ୍ରକୃଷ୍ଟ ସମୟ ସକାଳ ବେଳା ଅଟେ । ଖଟା ଫଳ ଗୁଡିକୁ ଛାଡି ଯେକୌଣସି ଫଳ ସକାଳ ବେଳା ଖାଲି ପେଟରେ ଖିଆଯାଇପାରିବ । କଦଳୀ,ନାସପାତି,ପିଚ ପରି ଫଳ ଗୁଡିକୁ ସକାଳେ ହିଁ ଖାଇବା ଉଚିତ । ବିଶେଷ କରି ସେଓକୁ ସକାଳେ ଖାଇବା ସର୍ବୋତ୍ତମ ଅଟେ ।

୬. ଆୟୁର୍ବେଦ ଅନୁଯାୟୀ ଖାଦ୍ୟ ଖାଇବାର କିଛି ସମୟ ପୂର୍ବରୁ ହିଁ ଫଳ ଖାଆନ୍ତୁ । ଏହା ଦ୍ୱାରା ଆପଣ ଅତ୍ୟଧିକ ଖାଇବାରୁ ମଧ୍ୟ ବର୍ତ୍ତୀ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.