ସୁନା ଦର ଆକାଶ ଛୁଆଁ, କିଣିବା ପୂର୍ବରୁ ଜାଣିନିଅନ୍ତୁ ଆଜି କେତେ ରହିଛି ମୂଲ୍ୟ

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୮,୨୦୦ ଟଙ୍କା ଟଙ୍କା ଓ ୬୩ ,୪୯୦ ଟଙ୍କା ହୋଇଛି। ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି।

ବିବାହ ସିଜିନ ଆରମ୍ଭରୁ ଲଗାତାର ଭାବରେ ବଢୁଛି ଦାମ୍ ।  ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୫୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୮୪୦ ଟଙ୍କା ହୋଇଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୮,୨୦୦ ଟଙ୍କା ଟଙ୍କା ଓ ୬୩ ,୪୯୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅପରିବର୍ତ୍ତିତ ରହିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୮,୨୦୦ ଟଙ୍କା ଓ ୬୩ ,୪୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ୫୮,୩୫୦ ଟଙ୍କା ଓ ୬୩ ,୬୪୦ ଟଙ୍କା ରହିଛି ।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୯୨୭ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୨୮୫ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୮,୨୦୦ ଟଙ୍କା ଓ ୬୩ ,୪୯୦ ଟଙ୍କା ରହିଛି। ସେହିପରି ରୁପା ମୂଲ୍ୟ ୧ କିଲୋଗ୍ରାମ ପ୍ରତି ୭୯ ,୦୦୦ ଟଙ୍କା ରହିଥିବା ନେଇ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.