Below header

ଆଜି ହିଁ ନେଇ ଆସନ୍ତୁ ଆପଣଙ୍କ ମନ ପସନ୍ଦର ଗହଣା, ଜାଣନ୍ତୁ କେତେ ରହିଛି ସୁନା ଦର

ସାମାନ୍ୟ ବଢିଲା ସୁନା ଦର। ଗତକାଲି ତୁଳନାରେ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୦,୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧,୮୦୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ସେହିଭଳି ଓଡିଶା ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାଦର ୪୮,୦୦୦ ଟଙ୍କା ଓ ୨୪ କ୍ୟାରେଟ ସୁନାଦର ୫୨,୩୬୦ ଟଙ୍କା ଥିବା ରେକର୍ଡ ହୋଇଛି।

ଅନ୍ୟପଟେ ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୫୦,୮୦୦ ଟଙ୍କା ଓ ୫୧,୮୦୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୦,୦୫୦ ଟଙ୍କା ଓ ୫୪,୬୦୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୮,୬୭୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୯୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୯୯୦ ଟଙ୍କା ଓ ୫୨,୬୯୦ଟଙ୍କା ରହିଛି ।

ସେହିଭଳି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୭୦୦ ଟଙ୍କା ବୃଦ୍ଧି ପାଇଛି। ଯାହା ଦ୍ୱାରା ଆଜି ରୁପା ମୂଲ୍ୟ ୬୪,୫୦୦ ଟଙ୍କା ଥିବା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.