ସୁନା କିଣିବାକୁ ଇଚ୍ଛା କରୁଛନ୍ତି କି, ତେବେ ଆଜି ପୁଣି କମିଲା ସୁନା ଦର

ସୁନା ପ୍ରେମୀଙ୍କ ବଢିଆ ଖବର। ଦିନକୁ ଦିନକୁ ଦିନ କମି କମି ଯାଉଛି ସୁନା ଦର।‌ ଆଜି ଭାରତୀୟ ବଜାରରେ ଉଭୟ ୨୨ କ୍ୟାରେଟ ଏବଂ ୨୪ କ୍ୟାରେଟ ସୁନା ମୂଲ୍ୟ ହ୍ରାସ ପାଇଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୦୦ ଟଙ୍କା କମି ୪୩,୦୦୦ ଟଙ୍କା ଓ ୪୬,୯୦୦ ଟଙ୍କା ଛୁଇଁଛି।

goldଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୬୯୦ ଟଙ୍କା ଓ ୪୬,୬୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫,୫୫୦ ଟଙ୍କା ଓ ୪୯,୬୯୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୩,୮୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୭,୭୮୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୬,୧୬୦ ଟଙ୍କା ଓ ୪୮,୮୬୦ ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୬୯,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.