ମେକିଙ୍ଗ ଚାର୍ଜରୁ ହୋଇପାରିବେ ମୁକ୍ତ, ଅନଲାଇନରେ କରନ୍ତୁ ସୁନା ନିବେଶ ସହ କିଣାବିକା

ସୁନାରେ ନିବେଶ ପାଇଁ ଡିଜିଟାଲ ଗୋଲ୍ଡ ମଧ୍ୟ ଏକ ରାସ୍ତା ଅଟେ । ଅନେକ ବ୍ୟାଙ୍କ ରହିଛି ଯେଉଁମାନେ କି ମୋବାଇଲ ୱାଲେଟ, ବ୍ରୋକରେଜ କମ୍ପାନୀ, ଏମଏମଟିସି ପିଏଏଏମପି ଅଥବା ସେଫଗୋଲ୍ଡ ସହ ଟାଇଅପ କରି ନିଜ ଆପ ଦ୍ୱାରା ଗୋଲ୍ଡର ବିକ୍ରି କରିଥାନ୍ତି ।

ଆଜି ହେଉଛି ଅକ୍ଷୟ ତୃତୀୟା । ଭାରତୀୟ ପରମ୍ପରାରେ ଆଜି ଦିନରେ ସୁନା କିଣିବା ଶୁଭ କୁହାଯାଏ । ଭାରତରେ ନିବେଶ ପାଇଁ ସୁନା ଏକ ଭରଷା ଯୋଗ୍ୟ ବିକଳ୍ପ । ବର୍ଷ ବର୍ଷ ଧରି ଲୋକେ ନିଜ ଜମାରୁ ସୁନାରେ ନିବେଶ କରିଥାନ୍ତି । ଯଦି ଆପଣ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଚାହୁଁଛନ୍ତି ତେବେ ଏହା ଜରୁରି ନୁହେଁ କି ଗହଣା କିଣିବେ । ଆସନ୍ତୁ ଜାଣିବା ଏହାର ବିକଳ୍ପ ବିଷୟରେ ।

ଏହି ୟୁଯୋଗରେ ଆପଣ ଅନଲାଇନ ଗୋଲ୍ଡ ଇଟିଏଫରେ ନିବେଶ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ଡିମେଟ ଆକାଉଣ୍ଟ ଥିବା ଦରକାର । ଗୋଲ୍ଡ ଏଟିଏଫ ଅଥବା ମ୍ୟୁଚିଆଲ ଫଣ୍ଡରେ ନିବେଶ କରିବାର ଫାଇଦା ଏଇଆ ଯେ ଆପଣ ଏହାକୁ ବହୁତ ହି ସହଜରେ ଅନଲାଇନରେ କିଣା ବିକା କରିପାରିବେ ।

ଗୋଲ୍ଡ ଇଟିଏଫ ଏକ ଇନଭେଷ୍ଟମେଣ୍ଟ ଫଣ୍ଡ ଅଟେ । ଯାହା ସେୟାର ବଜାରରେ ଏକ୍ସଚେଞ୍ଜ ଉପରେ ସେୟାର ଆଧାରରେ ମାର୍କେଟିଙ୍ଗ ହୋଇଥାଏ । ଇଲେକ୍ଟ୍ରୋନିକ ଫର୍ମରେ ରହିବା ହେତୁ ଏହା ସୁରକ୍ଷିତ ରହେ । ଅନଲାଇନ ଫଳରେ ଏହାର ମାର୍କେଟିଙ୍କରେ ସହଜ ହୋଇଥାଏ । ଏଥିରେ କମରୁ ଅତି କମ ମାତ୍ରାରେ ସୁନାର ନିବେଶ କରିପାରିବେ । ଏବଂ ମେକିଙ୍ଗ ଚାର୍ଜ ଭଳି କ୍ଷତି ମଧ୍ୟ ହୋଇନଥାଏ । ଏଥିରେ ଆପଣଙ୍କୁ ସୁନାର ପ୍ୟୁଓରିଟିକୁ ନେଇ ବି ଚିନ୍ତା ହୋଇନଥାଏ ।

ଗୋଲ୍ଡ ଫଣ୍ଡ ଏକପ୍ରକାରର ମ୍ୟୁଚୁଆଲ ଫଣ୍ଡ ହୋଇଥାଏ । ଏହାଦ୍ୱାରା ବି ଆପଣ ଘରେ ଘରେ ସୁନା ରଖିବା ଆଦିରୁ ମୁକ୍ତ ହୋଇ ନିବେଶ କରିପାରିବେ । ଏଭଳି ଅଧିକ ଫଣ୍ଡ ଗୋଲ୍ଡ ଇଟିଏଫରେ ନିବେଶ କରିଥାନ୍ତି । ଆପଣ କୌଣସି ବ୍ୟାଙ୍କରେ କୌଣସି ଇନଭେଷ୍ଟମେଣ୍ଟ ଏଜେଣ୍ଟ ପାଖକୁ ଯାଇ ଅଥବା କୌଣସି ମ୍ୟୁଚୁଆଲ ଫଣ୍ଡର ୱେବସାଇଡରେ ଅନଲାଇନ ଏହାର କିଣା କରିପାରିବେ ।

ସୁନାରେ ନିବେଶ ପାଇଁ ଡିଜିଟାଲ ଗୋଲ୍ଡ ମଧ୍ୟ ଏକ ମାଧ୍ୟମ ଅଟେ । ଅନେକ ବ୍ୟାଙ୍କ ମୋବାଇଲ ୱାଲେଟ ଓ ବ୍ରୋକରେଜ କମ୍ପାନୀ ଗୁଡିକ ଏମ ଏମ ଟିସି, ପିଏଏମପି ଅବା ସେଫଗୋଲ୍ଡ ସହ ଚାଇଅପ କରି ନିଜ ଆପ ମାଧ୍ୟମରେ ଗୋଲ୍ଡର ବିକ୍ରି କରିଥାନ୍ତି । ଅହା ଛଡା ଆପଣ ସେୟାର ମାର୍କେଟରେ କମୋଡିଟି ଏକ୍ସଚେଞ୍ଜ ଆଧାରରେ ମଧ୍ୟ ସୁନାର କିଣା ବିକା କରିପାରିବେ।

ସବୁଠୁ ପୁରୁଣା ଓ ସହଜ ତରିକା ହେଉଛି ଲୋକ ନିବେଶ ପାଇଁ ସୁନାର ଗହଣା ଅବା କଏନ କିଣିଥାନ୍ତି । ଆପଣ କୌଣସି ଦୋକାନକୁ ଯାଇ ଅବା ଅନଲାଇନରେ ସୁନା କିଣିପାରିବେ । ଅନେକ କମ୍ପାନୀ ଘର ଯାଏଁ ସୁନା ପହଞ୍ଚାଇ ଦିଅନ୍ତି । ଗ୍ରାମୀଣ ଇଲାକାରେ ଲୋକେ ଆଜି ବି ସୁନାରେ ନିବେଶ ପାଇଁ ଗହଣାକୁ ବାଛିଥାନ୍ତି ।

ଯଦି ଆପଣ ନିବେଶ ପାଇଁ ସୁନା କିଣିବାକୁ ଚାହାନ୍ତି ତେବେ ଡିଜିଟାଲ ଗୋଲ୍ଡରେ ନିବେଶ କରିବା ଦରକାର । କାରଣ ଗହଣା କିଣିବା ବେଳେ ମେକିଙ୍ଗ ଚାର୍ଜ ବସୁଲି କରାଯାଏ ଏବଂ ତାପରେ ଯେବେ ସେହି ଗହଣାକୁୁ ବିକିବା ପାଇଁ ଯିବେ ତେବେ ମେକିଙ୍ଗ ଚାର୍ଜ ମାଇନସ କରିଦିଆଯାଏ । ଯେଉଁତିପାଇଁ ଗ୍ରାହକଙ୍କୁ ଫିଜିକାଲି ସୁନା କିଣିବା କ୍ଷତି ହୋଇଥାଏ ବୋଲି କୁହାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.