ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଲାଇଭ ଫୁଟେଜ, ୫ଜଣଙ୍କ ଉପରେ ମାଡ଼ିଗଲା ବୋଲେରୋ

 କାକଟପୁର(କେ ନ୍ୟୁଜ): ସିସି ଟିଭିରେ ଦୁର୍ଘଟଣାର ଲାଇଭ ଫୁଟେଜ। ବିଦ୍ୟୁତଖୁଣ୍ଟରେ ମାଡ଼ ହୋଇ ଲୋକଙ୍କ ଉପରେ ମାଡ଼ିଗଲା ବୋଲେରୋ। ଅସ୍ତରଙ୍ଗ ନିମାପଡା ରାସ୍ତାରେ ଅସ୍ତରଙ୍ଗ ପଟୁ ଆସୁଥିବା ଏକ ବୋଲେରୋ ୫ଜଣଙ୍କ ଉପରେ ମାଡ଼ିଗଲା। ମଦ୍ୟପାନ କରି ଗାଡିଚାଳନା କରିବା କେତେ ଭୟଙ୍କର ହୋଇପାରେ ତା’ ର ଚିତ୍ର ସିସିଟିଭିରେ କଏଦ ହୋଇଛି।

ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ବେଳେ ପାଞ୍ଚଜଣ ପଥଚାରୀ ଗୁରୁତର ଭାବରେ ଆହତ ହୋଇଛନ୍ତି। ସେମାନଙ୍କୁ ଭୁବନେଶ୍ଵର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.