Below header

ସାତ ବର୍ଷ ଭିତରେ ପ୍ରଥମ ଥର ରେକର୍ଡ ଛୁଇଁଲା ସୁନା, ଜାଣନ୍ତୁ ଆଜି କେତେ ଅଛି ଦାମ

ସାରା ଦୁନିଆରେ କରୋନା ଭାଇରସ ମହାମାରୀ କାରଣରୁ ସୁନାର ଦର ଲଗାତର ବଢ଼ିବାରେ ଲାଗିଛି। ଆନ୍ତର୍ଜାତିକ ବଜାରରେ ସୁନାର ଦାମ ବଢୁଥିବା କାରଣରୁ ଦେଶରେ ଏହାର ରେକର୍ଡ ଶୀର୍ଷରେ ପହଁଚିଛି।

ଆଜି ସୁନା ଦର ପୁଣି ଏକ ନୂଆ ରେକର୍ଡ଼ରେ ପହଁଚିଛି। କେବଳ ସୁନା ନୁହେଁ ରୂପାର ଦାମ ମଧ୍ୟ ବୃଦ୍ଧି ପାଉଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ଆଜି ସକାଳ ୯.୩୧ ମିନିଟରେ ସୁନାର ଜୁନ ଏକ୍ସସପାଏରୀ ଅନୁବନ୍ଧରେ ଗତ ଦାମ ତୁଳନାରେ ୩୬ ଟଙ୍କା ବଢି ୧୦ ଗ୍ରାମ ସୁନାର ଦାମ ୪୭,୭୪୩ ଟଙ୍କାରେ ପହଁଚିଛି। ସେହିପରି ଏହାପୂର୍ବରୁ ପ୍ରତି ୧୦ ଗ୍ରାମ ସୁନାର ଦାମ ଥିଲା ୪୭, ୭୭୦ ଟଙ୍କା।

ସେହିପରି ରୂପାର ଦାମ ଜୁଲାଇ ଅନୁବନ୍ଧରେ ଗତ ଦାମ ମୁକବିଲାରେ ୧୪୨୨ ଟଙ୍କା ଅର୍ଥାତ ୩.୦୪% ବୃଦ୍ଧି ସହିତ ୪୮୧୪୦ ଟଙ୍କା ପ୍ରତି କିଲୋ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.