ରାସ୍ତା କଡରେ ଆରମ୍ଭ ହୋଇଯାଇଛି ତାଳ ବିକ୍ରୀ: ଆଜିବି ଖାଇବା ପାଇଁ ଗ୍ରାହକଙ୍କ ଦେଖିବାକୁ ମିଳୁଛି ଭିଡ

ଭଞ୍ଜନଗର : ଋତୁ ଅନୁସାରେ ଭିନ୍ନ ଭିନ୍ନ ପ୍ରକାରର ଫଳ,ଫୁଲ ଓ ଖାଦ୍ଯ ବଜାରରେ ବିକ୍ରୀ ହୋଇଥାଏ । ଏହି ପରିପେକ୍ଷୀରେ ଗ୍ରୀଷ୍ମ ଋତୁରେ ସବୁଠାରୁ ନିଆରା ଓ ରୁଚିକର ଫଳ ହେଉଛି ତାଳ । ଖରାଦିନେ ପିଲାଠୁ ବୁଢା ସମସ୍ତଙ୍କ ମନ ପସନ୍ଦ ଏହି ମନୋହର ଫଳ । ତେବେ ବର୍ତ୍ତମାନ ରାସ୍ତା କଡରେ ଗଛ ଛାଇ ତଳେ ଦେଖିବାକୁ ମିଳୁଛି ତାଳ ପସରା । ଲକ୍ ଡାଉନ୍ ସତ୍ବେ ଏବେ ରାସ୍ତ କଡରେ ତାଳ ବିକ୍ରୀ ଆରମ୍ଭ ହୋଇଛି । ଯେଉଁଥିରେ ଗ୍ରାହକ ବି ଖୁସି ଆଉ ବ୍ଯବସାୟୀ ବି ଖୁସି । ବର୍ଷେ ବ୍ଯବଧାନରେ ଖାଇବାକୁ ମିଳେ ତାଳ । ସୁଆଦିଆ ସାଙ୍ଗକୁ ଥଣ୍ଡା ଓ ଶସ୍ତାରେ ହାତପାଆନ୍ତାରେ ମିଳିଥିବା ତାଳ ଖାଇ ଗ୍ରାହକଙ୍କ ଖୁସି କହିଲେ ନସରେ । 

tala sajaଲକ୍ ଡାଉନ୍ ଯୋଗୁଁ ଏବେ ବିଭିନ୍ନ ବ୍ଯବସାୟୀ ଓ ଶ୍ରମିକମାନେ ବେକାର ହୋଇ ଘରେ ବସିଥିବାବେଳେ ତାଳ ବ୍ଯବସାୟ ଏବେ ସେମାନଙ୍କୁ ଭଲ ଦି ପଇସା ରୋଜଗାର କରିବାର ସୁଯୋଗ ଦେଇଛି । ସେହିଭଳି ଭଞ୍ଜନଗରରେ ମଧ୍ଯ ଏହି ତାଳ ବିକ୍ରୀ ଆରମ୍ଭ ହୋଇଗଲାଣି । ରାସ୍ତାକଡରେ ତାଳ ଖାଉଥିବା କିଛି ଲୋକେ ସେମାନଙ୍କ ପିଲାଦିନ ଓ ଗାଁ ପରିବେଶରେ ତାଳ ଖାଇବାର ସ୍ମ୍ରୁତିକୁ ମନେପକାଉଛନ୍ତି । ପାଚିଲା ତାଳର ରସରେ ପ୍ରସ୍ତୁତ ହେଉଥିବା ପିଠା ବହୁତ୍ ସୁସ୍ବାଦୁ ହୋଇଥାଏ । ତେବେ ତାଳ ଖାଇବା ପଛରେ ଅନେକ ଔଷଧିୟ,ବୈଜ୍ଞାନିକ ଓ ପୌରାଣିକ ମତ ରହିଛି । ଆଧୁନିକ ଚଳଣି ଭିତରେ ଆମ ଭିତରୁ ଦୁରେଇ ଗଲାଣି ଅନେକ ପାରମ୍ପରିକ ଖାଦ୍ଯ ତଥାପି ଏହି ତାଳ ଖାଇବା ରୁଚି ଆଜି ବି ଆମ ଭିତରେ ବଞ୍ଚିରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.