Below header

ସୁନା ମୂଲ୍ୟରେ ଆସିଛି ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ ଦଶ ଗ୍ରାମ ପ୍ରତି କେତେ ରହିଛି ଦର

ମଙ୍ଗଳବାର ଦିନ ତମାମ ସୁନା ମୂଲ୍ୟରେ ପରିବର୍ତ୍ତନ ଲାଗି ରହିଥିଲା । ଲଗାତାର କିଛି ଦିନ ବଢିବା ପରେ ମଙ୍ଗଳବାର ସନ୍ଧ୍ୟାରେ ୨୪ କ୍ୟାରେଟ ଓ ୨୨କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୬୬୦ ଟଙ୍କା ଓ ୪୭,୬୬୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ଜ୍ଝ ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ଦରରେ ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ଭାବେ ଜଣା ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୮,୬୬୦ ଟଙ୍କା ଓ ୪୭,୬୬୦ ଟଙ୍କା ଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏହି ଦର ୪୮,୭୬୦ ଟଙ୍କା ଓ ୪୭,୫୬୦ ଟଙ୍କା ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୦,୯୬୦ ଟଙ୍କା ଓ ୪୬୭୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦେଶର ଅନ୍ୟତମ ପ୍ରମୁଖ ସୁନା ବଜାର କୋଲକାତାରେ ଏହି ଦର ଯଥାକ୍ରମେ ୪୯,୨୪୦ ଟଙ୍କା ଓ ୪୭୯୭୦ ଟଙ୍କା ରହିଥିବା ରେକର୍ଡ ହୋଇଛି ।

ଠିକ ସେହିପରି ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଜଣାଯାଇଛି । କାଲି ସନ୍ଧ୍ୟା ସୁଦ୍ଧା ଭୁବନେଶ୍ୱର ବଜାରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୦,୯୬୦ ଟଙ୍କା ଓ ୪୬,୭୫୦ ଟଙ୍କା ଥିବା ରେକର୍ଡ ହୋଇଛି । ତଥ୍ୟରୁ ଜଣାଯାଇଛିଯେ ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସେମିତି କୌଣସି ପରିବର୍ତ୍ତନ ଆସିନାହିଁ । ସୁନା ପରି ଭାରତରେ ଅନ୍ୟତମ ମୂଲ୍ୟବାନ ଧାତୁ ରୂପା ମୂଲ୍ୟରେ ବି ଅତି ସାମାନ୍ୟ ପରିବର୍ତ୍ତନ ଆସିଛି । ମଙ୍ଗଳବାର ସନ୍ଧ୍ୟା ସୁଧା ରୂପା ମୂଲ୍ୟ କିଲୋଗ୍ରାମ ପ୍ରତି ୫୦,୦୬୦ ଟଙ୍କା ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.