ବଢିଚାଲିଛି ସୁନା ଦର, ୧୦ ଗ୍ରାମକୁ ୩୯ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ: ବଢିଚାଲିଛି ସୁନା ଦର। ନୂଆଦିଲ୍ଲୀରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୬୭୫ ଟଙ୍କା ବୃଦ୍ଧି ପାଇ ୩୯,୬୭୦ ଟଙ୍କାରେ ପହଁଚିଛି। ଆନ୍ତର୍ଜାତିକ ବଜାରରେ ସୁନା ମହଙ୍ଗା ହେବା ଏବଂ ଡଲାର ମୂଲ୍ୟ ବଢ଼ିବା ଯୋଗୁ ଦେଶ ଭିତରେ ସୁନା ଦର ବଢୁଥିବା ନେଇ କୁହାଯାଉଛି। ସେହିପରି, ରୁପା ମୂଲ୍ୟ ମଧ୍ୟ ୧୪୫୦ ଟଙ୍କା ବୃଦ୍ଧି ହୋଇଛି। ଏକ କେଜି ରୁପାର ଦାମ୍ ୪୬, ୫୫୦ ଟଙ୍କା ହୋଇଛି।

gold

ଏହାସହ ପଢନ୍ତୁ :

ଏହି ୫ଟି କାରଣରୁ ଲଗାତାର ବଢିବାରେ ଲାଗିଛି ସୁନା ଦର, ରୂପା ମଧ୍ୟ ୧୧୪୦ଟଙ୍କା ହେଲା ମହଙ୍ଗା!

ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ଦାମ୍ ୩୮,୯୯୦ ଟଙ୍କା ରହିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦର ୧୫୫୪ ଡଲାର ରହିଛି। ଆମେରିକା ଓ ଚୀନ୍‌ ଭିତରେ ଜାରି ରହିଥିବା ବାଣିଜ୍ୟ ଲଢ଼େଇ କେବେ ଶେଷ ହେବ ତାହା ଜଣାପଡ଼ୁ ନଥିବାରୁ ନିବେଶକମାନେ ସୁନା ଆଡ଼କୁ ମୁହାଁଇଛନ୍ତି।

Leave A Reply

Your email address will not be published.