ଭୁବନେଶ୍ବର: ଜୁ- ଜିଟ୍‌ସୁ ମାଷ୍ଟରସିପ୍‌ ଓ୍ଵାର୍ଲଡ ଚାମ୍ପିଅନସିପ୍‌ ପାଇଁ ଉତ୍କଳ କରାଟେ ସ୍କୁଲର ଛାତ୍ରୀ ଅନୁପମା ସ୍ୱାଇଁ ମନୋନୀତ

ଭୁବନେଶ୍ବର(କେନ୍ୟୁଜ୍): ଜୁ- ଜିଟ୍‌ସୁ ମାଷ୍ଟରସିପ୍‌ ଓ୍ଵାର୍ଲଡ ଚାମ୍ପିଅନସିପ୍‌ ପାଇଁ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ଛାତ୍ରୀ ଅନୁପମା ସ୍ୱାଇଁ । ଦକ୍ଷିଣ କୋରିଆରେ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗୀତାରେ ଭାରତରୁ ପ୍ରତିନିଧିତ୍ୱ କରିବେ ଅନୁପମା । ଅଗଷ୍ଟ ୩୧ ତାରିଖରେ ଉଦଘାଟିତ ହେବାକୁ ଥିବା ପ୍ରତିଯୋଗୀତା ସେପ୍ଟେମ୍ବର ୬ ତାରିଖରେ ଉଦଯାପିତ ହେବ । ଏନେଇ କରାଟେ ସ୍କୁଲ ପକ୍ଷରୁ ଅନୁପମା ସ୍ୱାଇଁଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରାଯାଇଛି । ସ୍କୁଲର ଅଧ୍ୟକ୍ଷା ଅନୁପମାଙ୍କୁ ପ୍ରତିଯୋଗୀତା ପ୍ରସ୍ତୁତିରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସିଛନ୍ତି।

Leave A Reply

Your email address will not be published.