Below header

କରୋନା ଭାଇରସ ନେଇ ଭୁଲ ତଥ୍ୟ ପ୍ରସାରଣ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଲେ Google ଓ Apple କମ୍ପାନୀ

ଆପଲ ଓ ଗୁଗୁଲ ପରି କମ୍ପାନୀ କୋରୋନା ଭାଇରସ ବିରୋଧରେ ଲଢେଇ ଆରମ୍ଭ କରି ଦେଇଛନ୍ତି । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ ଏଣିକି କରୋନା ଭାଇରସ ନେଇ ଭୁଲ ସୂଚନା ଦେଉଥିବା ବିଭିନ୍ନ ଆପ ଗୁଡିକୁ ନିଜ ନିଜ ପ୍ଲେ ଷ୍ଟୋରରୁ ଡିଲିଟ କରିବା ଆରମ୍ଭ କରି ଦେଇଛନ୍ତି । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ଆମେରିକୀୟ କମ୍ପାନୀ ଆପଲ ସମସ୍ତ ବେସରକାରୀ ସ୍ୱାସ୍ଥ୍ୟ ସଂଗଠନର ସଫଟୱେୟର ଗୁଡିକୁ ନିଜ ଷ୍ଟୋର ଗୁଡ଼ିକରୁ ହଟାଇବା ଆରମ୍ଭ କରି ଦେଇଛି । ଯେବେକି ବିଶ୍ୱର ଅନ୍ୟତମ ପ୍ରଶିଦ୍ଦ କମ୍ପାନୀ ଗୁଗୁଲ ବି ଏହି ଭାଇରସ ନେଇ ସତର୍କତା ପୂର୍ବକ ଏହି କରୋନା ବିଷୟରେ ଦିଆଯାଇଥିବା ସମସ୍ତ ଭୁଲ ତଥ୍ୟକୁ ନିଜ ପ୍ଲେ ଷ୍ଟୋରରୁ ହଟାଇ ଦେଇଛି ।

google new

ଏମିତିକି ଡବ୍ଲୁଏଚଓର ଡାଟା ବ୍ୟବହାର କରୁଥିବା ନକଲ ଆପ୍ସ ଗୁଡିକ ବିରୋଧରେ ବି ଆପଲ କମ୍ପାନୀ କଡା କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍ଥିର କରିଛି ।  ଭାଇରସ ସମ୍ବଳିତ ସଠିକ ତଥ୍ୟ ଦେବା ପାଇଁ କମ୍ପାନୀ ତରଫରୁ କରୋନା ଭାଇରସ ନାମକ ଏକ ନୂଆ ୱେବସାଇଟର ଆରମ୍ଭ କରାଯାଇଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ଆଇଫୋନରେ ନିଆଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି । ନିକଟରେ ଫେସବୁକ ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛିକି, କେତେକ ଲୋକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ କରୋନା ଭାଇରସ ନେଇ ବିଭିନ୍ନ ଭୁଲ ତଥ୍ୟ ମାନ ସେୟାର କରୁଛନ୍ତି ।

ଏସବୁକୁ ଚିହ୍ନଟ କରି କମ୍ପାନୀ ନିଜ ପ୍ଲାଟଫର୍ମରୁ ଏଗୁଡ଼ିକୁ ହଟାଇବା ଆରମ୍ଭ କରି ଦେଇଛି । ସେବେକି ଟ୍ୱିଟର ବି ଏ ବିରୁଦ୍ଦରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍ଥିର କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.