Below header

ଯାଜପୁର: ଭାରସାମ୍ୟ ହରାଇ ପୋଖରୀରେ ବୁଡିଗଲା ବାଇକ, ଦୁଇ ଯୁବକ ମୃତ

ଯାଜପୁର ଟାଉନ(କେନ୍ୟୁଜ୍): ପୋଖରୀରେ ବୁଡି ଚାଲିଗଲା ଦୁଇଜଣଙ୍କ ଜୀବନ।  ଏପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ସଦର ଥାନା ଅନ୍ତର୍ଗତ କବୀରପୁର ଠାରେ । ମୃତକ ହେଲେ ଯାଜପୁର ଟାଉନ ମାନସାପୋଲ ଅଞ୍ଚଳର ଅଭିଜିତ ଉପାଧ୍ୟାୟ(୨୧) ଓ ଅବଦଲପୁର ଅଞ୍ଚଳର ସୁଶିଲ ରାୟ(୨୫) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ସେମାନେ ଗତକାଲି ରାତିରୁ ନିଜର ବାଇକରେ କଟକ ଯାଇଥିଲେ। କିନ୍ତୁ ଯିବା ବାଟ‌ରେ କବିରପୁର ନିକଟରେ ୨୦ନଂ ଜାତୀୟ ରାଜପଥରେ ଥିବା ବଙ୍କାଣିଆ ରାସ୍ତାରେ ଭାରସାମ୍ୟ ହରାଇ  ପୋଖରୀ ଭିତରୁ ପଶି ଯାଇଥିଲେ। ତେବେ ଆଜି ସକାଳୁ କିଛି ଲୋକ ପୋଖରୀରେ ହେଲମେଟ ଭାସୁଥିବା ଦେଖିଥିଲେ । ଏଥି ସହ ପୋଖରୀନିକଟରେ ବାଇକଟିଏ ପଡିଥିବା ମଧ୍ୟ ଦେଖିବାକୁ ପାଇଥିଲେ। ପରେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ଗ୍ରାମାବାସୀଙ୍କ ସହଯୋଗରେ ବହୁ ଖୋଜାଖୋଜି ପରେ ପୋଖରୀରୁ ଦୁଇ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଶରୀରକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.