କରୋନା ସଂଦିଗଧଙ୍କ ଅସଲ କାହାଣୀ, ଆସନ୍ତାକାଲି ଓଡ଼ିଶାରୁ ଫେରିଯିବେ !

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର (କେ ନ୍ୟୁଜ୍‌) : ଆୟରଲାଣ୍ଡର ଜଣେ ଯୁବକଙ୍କୁ ନେଇ ଆଜି ସକାଳୁ ତନାଘନା ଚାଲିଛି । ଏହି ବିଦେଶୀ ଯୁବକ ଜଣକ କୁଆଡ଼େ କରୋନା ଭାଇରସ୍‌ରେ ସଂକ୍ରମିତ ବୋଲି ପ୍ରଚାର ହୋଇଗଲା । ତା ପରେ ତାଙ୍କୁ ନେଇ ଅନେକ ଗୁଜବ ପ୍ରଚାର ହେଉଛି । ତେବେ ଆମକୁ ମିଳିଥିବା ବିଶ୍ୱସ୍ତ ସୂଚନା ଅନୁଯାୟୀ ଏହି ବିଦେଶୀ ପର୍ଯ୍ୟଟକ ଜଣକ ଭୁବନେଶ୍ୱରର ଏକ ନାମୀ ଦାମୀ ହୋଟେଲରେ ରହୁଛନ୍ତି । ତାଙ୍କ ଠାରେ ଜ୍ୱର ଓ ସର୍ଦ୍ଦିର ଲକ୍ଷଣ ଦେଖା ଦେଇଥିଲା । ଗତକାଲି ସେ କ୍ୟାପିଟାଲ ହସପିଟାଲକୁ ପରୀକ୍ଷା ପାଇଁ ଯାଇଥିଲେ । ଯଦିଓ କ୍ୟାପିଟାଲ ହସପିଟାଲରେ ତାଙ୍କର କୋଭିଡ-୧୯ ନେଗେଟିଭ୍‌ ଥିବା ଜଣାଇଥିଲେ ତଥାପି ତାଙ୍କୁ କଟକ ଏସ୍‌ସିବିକୁ ପଠା ଯାଇଥିଲା । ସେଠାରେ ମଧ୍ୟ ତାଙ୍କୁ କରୋନା ଭୟ ନଥିବା କୁହାଯାଇଥିଲା । ତାଙ୍କ କହିବା କଥା ଯେତେବେଳେ ତାଙ୍କୁ ୧୪ ଦିନ ଆଡମିଶନ୍‌ ହୋଇ ରହିବାକୁ କୁହାଗଲା ସେତେବେଳେ ସେ ଏସ୍‌ସିବିରୁ ପଳାଇ ଆସିଲେ । ଅବଶ୍ୟ ସେ ରହୁଥିବା ହୋଟେଲରେ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ପ୍ରକାର ସତର୍କତା ମୂଳକ ବ୍ୟବସ୍ଥା କରାଯାଇଛି ।
ଅବଶ୍ୟ ତାଙ୍କୁ ନେଇ କୌଣସି ବିପଦ ନାହିଁ ବୋଲି ମଧ୍ୟ କୁହାଯାଇଛି । ତେବେ ଏସବୁ ଭିତରେ ବିଚରା ପର୍ଯ୍ୟଟକ ଜଣକ ବଡ଼ ହନ୍ତସନ୍ତ ହେଲେଣି । କାରଣ ତାଙ୍କୁ ଏସ୍‌ସିବି କର୍ତ୍ତୃପକ୍ଷ, ପୋଲିସ୍‌ ଓ ଗଣମାଧ୍ୟମ ପ୍ରତିନିଧି ଖୋଜୁଛନ୍ତି । ତେଣୁ ପର୍ଯ୍ୟଟକ ଜଣକ ଆସନ୍ତାକାଲି ଓଡ଼ିଶାରୁ ଫେରିଯିବେ ବୋଲି ସୂଚାଇଛନ୍ତି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.