Below header

ଝିଅ ଜନ୍ମ ପରେ ବଦଳି ଗଲା କପିଲ ଦମ୍ପତିଙ୍କ ଲୁକ, ଭାଇରାଲ ହେଉଛି ଫଟୋ

କମେଡିଆନ କପିଳ ଶର୍ମା ନିଜ ସୋ’ରେ ଦର୍ଶକ ମାନଙ୍କର ଖୁବ ମନୋରଞ୍ଜନ କରିଥାନ୍ତି । ନିକଟରେ ହିଁ କପିଳ ନିଜ ପତ୍ନୀ ଗିନି ଚାରରଥଙ୍କ ସହ ଏକ ଇଭେଣ୍ଟରେ ଏକାଠି ନଜର ଆସିଥିଲେ । କିନ୍ତୁ ଏହି ଲୁକରେ କପିଳଙ୍କ ପତ୍ନୀ ଗିନି ଏକ ନୂଆ ଅନ୍ଦାଜରେ ନଜର ଆସିଛନ୍ତି । ଫଟୋରେ ଗିନିଙ୍କ ଓଜନ ଖୁବ ବଢ଼ି ଯାଇଥିବା ସହ ତାଙ୍କ ନୂଆ ହେୟାର ଷ୍ଟାଇଲ କୁ ନେଇ ଚର୍ଚ୍ଚା ବେଶ ଜୋର ଧରିଛି । ଏହାବାଦ କପିଲ ଟାଇଗର ସରାଫଙ୍କ ସହ ନିଜର ଏକ ଫଟୋ ସେୟାର କରିଥିଲେ । ତିନି ଜଣ ଏକ ସାଙ୍ଗରେ ଫଟୋ ଉଠାଇବା ସହ କପିଲ ସୋସିଆଲ ମିଡ଼ିଆ ଜରିଆରେ ଏହି ଫଟୋ ସେୟାର କରି ଟାଇଗରଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

kapil

କହିରଖିବା ଉଚିତ ହେବକି, ଏହି ନିକଟରେ ହିଁ କପିଲ ଓ ତାଙ୍କ ପତ୍ନୀ ଏକ କନ୍ୟା ସନ୍ତାନର ପିତା ମାତା ହୋଇଛନ୍ତି । କପିଲ ନିଜ କୁନି ଝିଅର ନାଁ ଅନାୟାରା ରଖିଥିବା ଜଣାଯାଇଛି । କପିଲ ନିଜେ ହିଁ ନିଜ ଝିଅର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ନିଜେ ହିଁ ନିଜ ଝିଅର ନାଁ ସର୍ବସାଧାରଣରେ ପ୍ରକାଶ କରିଥିଲେ । ସୂଚନା ଦେବା ଯୋଗ୍ୟ କି ୨୦୧୮ ମସିହା ଡିସେମ୍ବର ମାସ ୧୨ ତାରିଖରେ କପିଲ ଓ ଗିନିଙ୍କର ବିବାହ ହୋଇଥିବା ବେଳେ ପରବର୍ଷ ଡିସେମ୍ବର ୧୦ ତାରିଖରେ ଗିନି ଏହି ଶିଶୁକୁ ଜନ୍ମ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.