Below header

ଗୁଗୁଲକୁ ଚଢ଼ିଲା ନିର୍ବାଚନ ନିଶା, ଡୁଡୁଲ ବନାଇ ଏପରି ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ୨୦ଟି ରାଜ୍ୟରେ ୯୧ଟି ସିଟ ପାଇଁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ମତଦାତାଙ୍କୁ ଭୋଟ ଦେବା ନିମନ୍ତେ ସଚେତନ କରିବା ପାଇଁ ଗୁଗୁଲ ସର୍ଚ୍ଚ ଇଞ୍ଜିନ ଏକ ଡୁଡୁଲ ପ୍ରସ୍ତୁତ କରି ସୂଚନା ଦେଇଛି । ଡୁଡୁଲ ଜରିଆରେ ଗୁଗୁଲ ନିର୍ବାଚନ ଏବଂ ଭୋଟ ସମ୍ବନ୍ଧୀୟ ସମସ୍ତ ସୂଚନା ପ୍ରଦାନ କରିଛି । ଏପରିକି କିପରି ମତଦାନ କରିବେ ତାହାର ସମସ୍ତ ପ୍ରକ୍ରିୟା ବୁଝାଯାଇଛି ।

google eve

ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ଆନ୍ଧ୍ର ପ୍ରଦେଶ, ସିକିମ୍‌, ଅରୁଣାଚଳ ପ୍ରଦେଶ, ମେଘାଳୟ, ଉତ୍ତରାଖଣ୍ଡ, ମିଜୋରାମ୍‌, ନାଗାଲ୍ୟାଣ୍ଡ, ଲକ୍ଷାଦ୍ୱୀପ, ଆଣ୍ଡାମାନ ଏବଂ ନିକୋବର ତଥା ତେଲେଙ୍ଗାନା ଆଦିରେ ଭୋଟ ଦାନ ପ୍ରକ୍ରିୟା କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.