ଆସିଲା ସ୍ମାର୍ଟ ଗୁଗୁଲ ଜ୍ୟାକେଟ୍ , ଚୋରି ହେବାକୁ ଦେବନାହିଁ ଆପଣଙ୍କ ମୋବାଇଲ ଫୋନ୍

ନୂଆଦିଲ୍ଲୀ : ବତ୍ତର୍ମାନର ସ୍କାର୍ଟ ଟେକ୍ନୋଲୋଜି ସମୟରେ ସବୁ ଜିନିଷ ସ୍ମାର୍ଟ ହେବାରେ ଲାଗିଛି। ଏହି ତାଲିକାରେ ସ୍ମାର୍ଟଓ୍ବାଚ, ଫିଟନେସ ବ୍ୟାଣ୍ଡ, ସ୍ମାର୍ଟ ଜୋତା ସହ ସାମିଲ ହୋଇଛି ସ୍ମାର୍ଟ ଜ୍ୟାକେଟ୍। ଗୁଗୁଲ ଏବଂ ଲିଭାସ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି ଏକ ସ୍ମାର୍ଟ ଜ୍ୟାକେଟ। ଯାହାକି ଆପଣଙ୍କ ମୋବାଇଲ ଫୋନ କେଉଁଠାରେ ରହିଯାଇଥିଲେ ଅଥବା ହଜି ଯାଇଥିଲେ ଆପଣଙ୍କୁ ଖୋଜି ଆଣିଦେବ।
ଗୁଗୁଲର ଏହି ସ୍ମାର୍ଟ ଜ୍ୟାକେଟରେ ଥିବା ଅତ୍ୟାଧୁନିକ ଫିଚର ଆପଣଙ୍କ ସ୍ମାର୍ଟଫୋନ କିଛି ନିର୍ଦ୍ଧିଷ୍ଟ ଦୂରତାରେ ରହିବା ଦ୍ବାରା ଆପଣଙ୍କୁ ସୂଚିତ କରିବ। ସ୍ମାର୍ଟ ଜ୍ୟାକେଟରୁ ଆପଣଙ୍କ ସ୍ମାର୍ଟଫୋନ ଦୂରକୁ ଗଲେ ଅଥବା ଭିନ୍ନ ରହିଥିଲେ ଆପଣଙ୍କୁ ଆର୍ଲଟ କରିବା ସହ ଅଜଣା ବ୍ୟକ୍ତିଙ୍କ ଦ୍ବାରା ବ୍ୟବହାର ହେଲେ ତାଙ୍କର ସ୍ନାପ ନେଇଯିବ।
ଏହି ଅତ୍ୟଧୁନିକ ସ୍ମାର୍ଟ ଜ୍ୟାକେଟର ମୂଲ୍ୟ ୩୫୦ ଡ଼ଲାର ଅର୍ଥାତ୍ ୨୫ହଜାର ଟଙ୍କା ରହିଛି। ଏହି ଜ୍ୟାକେଟ ଖାଲି ଯେ ଆପଣଙ୍କ ସ୍ମାଟଫୋନ ଖୋଜିବାରେ ସାହାଯ୍ୟ କରିବ ତାହା ନୁହଁ ବରଂ ଏହା ସାହାଯ୍ୟରେ ଆପଣ ମ୍ୟୁଜିକ୍ , ମେସେଜ୍ ସହ ଇନକମିଂ କଲର ନୋଟିଫିକେସନ୍ ମଧ୍ୟ ପାଇପାରିବେ। ତେବେ ବତ୍ତର୍ମାନ ଯୁଗରେ ସମସ୍ତ ଜିନିଷ ସ୍ମାର୍ଟ ଭାବେ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଖୁସି ଖବର। ଏହି ଜ୍ୟାକେଟକୁ ଜଣେ ବ୍ୟକ୍ତି ମାତ୍ର ୧୦ ମିନିଟରେ ସଫା କରିପାରିବେ। ବର୍ତ୍ତମାନର ଯୁଗରେ ବହୁଳ ମାତ୍ରାରେ ହଜୁଥିବା ସ୍ମାର୍ଟଫୋନ ପାଇଁ ଏହି ଜ୍ୟାକେଟ ଏକ ବରଦାନ ସ୍ବରୁପ।