ଇପିଏଫରେ ଜମା କରୁଛନ୍ତି କି ଆପଣଙ୍କ କଷ୍ଟ ଅର୍ଜିତ ଧନ, ଅନେକ କର୍ମଚାରୀଙ୍କୁ ବହୁତ ଜଲଦି ଲାଗି ପାରେ ଝଟକା !

ଇପିଏଫ ସହ ଜଡିତ ଲକ୍ଷ ଲକ୍ଷ ବେତନଭୋଗୀଙ୍କୁ ବହୁତ ଜଲଦି ଝଟକା ଲାଗିପାରେ। କାରଣ ଇପିଏଫଓ ବହୁତ ଜଲଦି ସୁଧ ହାର ହ୍ରାସ କରିପାରେ। ନିକଟରେ ଆସିଥିବା ଏକ ଖବରରୁ ଜଣାପଡୁଛି ଯେ ଚଳିତ ବର୍ଷ ଆର୍ଥିକ ବର୍ଷରେ ସୁଧ ହାର ୧୫ରୁ ୨୫ ବେସିସ୍‌ ପଏଣ୍ଟ କମ୍‌ କରାଯାଇପାରେ। ଯଦି ଏମିତି ହୁଏ ତେବେ କର୍ମଚାରୀଙ୍କ ପିଏଫ୍‌ ଖାତାରେ ଜମା କରିଥିବା ଆପଣଙ୍କ କଷ୍ଟ ଉପାର୍ଜିତ ରାଶି ଅପେକ୍ଷାକ୍ରୁତ କମ୍‌ ମିଳିବ।

moneyଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବେତନଭୋଗୀମାନେ ନିଜର ଦରମାର ଏକ ଅଂଶ ଇପିଏଫଓଙ୍କ ପାଖରେ ନିବେଶ କରନ୍ତି। ଭବିଷ୍ୟତ ପାଇଁ ଜମା କରାଯାଉଥିବା ଏହି ଧନରାଶିରେ ବର୍ଷ ଶେଷକୁ ସୁଧ ମିଳିଥାଏ। ଯଦି ଉପରୋକ୍ତ ତଥ୍ୟ ଅନୁଯାୟୀ ଯଦି ସୁଧ ହାର କମିଲା ତେବେ ୩୧ ମାର୍ଚ୍ଚ ୨୦୨୦ରେ ଶେଷ ହେଉଥିବା ଆର୍ଥିକ ବର୍ଷ ପୂର୍ବରୁ ଲୋକଙ୍କୁ ଝଟକା ଲାଗିପାରେ। ଇପିଏଫଓ ୨୦୧୮-୧୯ରେ ୮.୬୫ ପ୍ରତିଶତ ହାରରେ ସୁଧ ଦେଇଛି।

epfoଆଶଙ୍କା କରାଯାଉଛି ଯେ ଆର୍ଥିକ ମାନ୍ଦାବସ୍ଥା କାରଣରୁ କର୍ମଚାରୀଙ୍କୁ ଏହି ଝଟକା ଲାଗି ପାରେ। କୁହାଯାଉଛି ଯେ ଏହି ମାସ ଶେଷ ଭାଗରେ ଇପିଏଫ୍‌ଓର ନୂଆ ସୁଧ ହାର ଘୋଷଣା କରାଯାଇ ପାରେ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୧୮-୧୯ରେ ସୁଧ ହାର ୮.୬୫ ପ୍ରତିଶତ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.