‘୧୦ କୋଟି ଗ୍ରାହକଙ୍କର ମାଗଣା ରିଚାର୍ଜ କରୁଛନ୍ତି ସରକାର’- ଆପଣଙ୍କୁ ବି ଆସିଛି କି ଏହି ମେସେଜ୍‌? ହୋଇଯାଆନ୍ତୁ ଆଲର୍ଟ

ମୋବାଇଲକୁ ଆସୁଥିବା ନକଲି ମେସେଜ୍‌ ଓ କଲ୍‌କୁ ବିଶ୍ୱାସ ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଟେଲିକମ୍‌ ସଂଗଠନ। ଦୂର ସଞ୍ଚାର କମ୍ପାନୀର ସଂଗଠନ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ସିଓଏଆଇ) ଫ୍ରଡ୍‌ ମେସେଜ୍‌କୁ ବିଶ୍ୱାସ ନ କରିବାକୁ କହିଛନ୍ତି। ଏହି ଫ୍ରଡ୍‌ ମେସେଜ୍‌ ମାଧ୍ୟମରେ ଲୋକଙ୍କୁ ଭୁଆଁ ବୁଲାଯାଉଛି ଯେ ସରକାର ଅନ୍‌ଲାଇନ୍‌ ଶିକ୍ଷା ପାଇଁ ୧୦ କୋଟି ଗ୍ରାହକଙ୍କୁ ମାଗଣା ରିଚାର୍ଜ ପ୍ଲାନ୍‌ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସିଓଏଆଇ କହିଛି ଯେ, ଏଭଳି ଲିଙ୍କ୍‌ରେ କ୍ଲିକ୍‌ କରିବା ପରେ ମୋବାଇଲ ଫୋନ୍‌ରୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଓ ସୂଚନା ଚୋରି ହୋଇପାରେ। ଫଳରେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍‌ ହୋଇପାରେ ଓ ବ୍ୟାଙ୍କ ଆକାଉଣ୍ଟ ବି ଖାଲି ହୋଇଯାଇପାରେ। ଏଣୁ ଏସବୁ ନକଲି ମେସେଜ୍‌କୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛି ସିଓଏଆଇ। ସରକାର ଏଭଳି କୌଣସି ସ୍କିମ୍‌ ଘୋଷଣା କରିନାହାନ୍ତି ବୋଲି ସ୍ପଷ୍ଟ କରିଛି ସିଓଏଆଇ।

ସୂଚନାଯୋଗ୍ୟ ଯେ, ଉଦ୍ୟୋଗ ସଂଗଠନର ସଦସ୍ୟଙ୍କ ମଧ୍ୟରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ ଓ ଭୋଡାଫୋନ୍‌ ଆଇଡିଆ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.