କେମିତି ପ୍ରସ୍ତୁତ ହୁଏ ଅକ୍ସିଜେନ, ଅମ୍ଳଜାନ ଗ୍ୟାସକୁ ସିଲିିଣ୍ଡର ମଧ୍ୟରେ କେମିତି ରଖାଯାଉଛି ? ସବୁର ଉତ୍ତର ଜାଣନ୍ତୁ

ସାରା ଦୁନିଆରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଲୋକମାନେ ଏଥିରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁୁଛନ୍ତି। ତେବେ ଏହାକୁ ନେଇ ଅନେକ ସମସ୍ୟା ଉପୁଜୁଥିବା ବେଳେ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଚଡ଼କ ପଡିଛି। କରୋନା ଭାଇରସ ପାଇଁ ଅକ୍ସିଜେନ ସମସ୍ୟା ମୁଣ୍ଡ ଟେକିଥିବା ବେଳେ କିଛି ଦେଶରେ ଏହାର ଅଭାବ ପାଇଁ ଲୋକମାନଙ୍କର ମୃତ୍ୟୁ ହେଉଛି। ଏହି ରୋଗର ଥିବା ଲକ୍ଷଣ ମାନଙ୍କ ମଧ୍ୟରୁ ଶ୍ୱାସକ୍ରିୟା ସମସ୍ୟା ଜନିତ ଲକ୍ଷଣ ହେଉଛି ପ୍ରମୁଖ।

କରୋନା ମହାମାରୀରେ ଆକ୍ରାନ୍ତ ଥିବା ରୋଗୀଙ୍କ ପାଇଁ ଏବେ ହସ୍ପିଟାଲରେ ବେଡର ଅଭାବ ଦେଖାଯାଉଛି। କିଛି ଜଣଙ୍କୁ ବେଡ ମିଳୁଥିବା ବେଳେ ଠିକ ସମୟରେ ଅକ୍ସିଜେନ ମିଳୁପାରୁନି। କିନ୍ତୁ ଆପଣ କେବେ ଭାବିଛିନ୍ତି କି ବାହାରେ ଥିବା ପ୍ରାକୃତିକ ଅମ୍ଳଜାନ ଗ୍ୟାସକୁ ସିଲିିଣ୍ଡର ମଧ୍ୟରେ କେମିତି ରଖାଯାଉଛି ? ଏହା କେମିତ ପ୍ରସ୍ତୁତ ହେଉଛି ? ଯାହା ଲୋକମାଙ୍କର ଜୀବନ ବଞ୍ଚାଉଛି। ଯଦି ଏହାର ଉତ୍ତର ଜାଣି ନାହାଁନ୍ତି, ତେବେ ଆଜି ଆମେ ଏହା ସଂପର୍କରେ ଆପଣଙ୍କୁ ଦେବୁ ସଂପୂର୍ଣ୍ଣ ତଥ୍ୟ।

ଅମ୍ଳଜାନ ଗ୍ୟାସ(Oxygen) କିପରି ପ୍ରସ୍ତୁତ ହୁଏ?

ପ୍ରକୃତିରେ ଅନେକ ପରିମାଣର ପ୍ରାକୃତିକ ଗ୍ୟାସ ଭରି ରହିଛି। ଅମ୍ଳଜାନ ମଧ୍ୟ ପ୍ରକୃତି ଦତ୍ତ ଏକ ପ୍ରାକୃତିକ ଗ୍ୟାସ। ଯାହା ଲୋକମାନଙ୍କର ଜୀବନ ବଞ୍ଚାଏ। ତେବେ ବାତାବରଣରେ ଥିବା ଏହି ଅମ୍ଳଜାନ ଗ୍ୟାସ ସିଲିଣ୍ଡର ମଧ୍ୟରେ କିପରି ଆସେ? ତେବେ କହିଦେବାକୁ ଚାହୁଁଛୁ ଯେ ଅମ୍ଳଜାନ ଗ୍ୟାସ ‘କ୍ରାୟୋଜେନିକ ଡିଷ୍ଟିଲେସନ ପ୍ରୋସେସ’ରେ ତିଆରି ହୋଇଥାଏ। ଏହି ପ୍ରକ୍ରିୟାରେ ପ୍ରଥମେ ବାୟୁକୁ ଫିଲଟର ବା ଛଣା ଯାଏ। ଏଥିରେ ଥିବା ଧୂଳି ଓ ମାଟିକୁ ଅଲଗା କରାଯାଏ। ଏହାପରେ ବାୟୁକୁ ବିଭିନ୍ନ ପ୍ରକ୍ରିୟା ମାଧ୍ୟମେରେ କମ୍ପ୍ରେସ ବା ପ୍ରେସର ଦିଆଯାଏ। କମ୍ପ୍ରେସ ହୋଇଯାଇଥିବା ବାୟୁକୁ ମଲିକ୍ୟୁଲରରେ ଛଣାଯାଇଥାଏ ।

oxy==77

ଏହା କରିବା ଦ୍ୱାରା ପାଣିରେ ଥିବା କଣିକା, କାର୍ବନ-ଡ୍ରାଇଅକ୍ସାଇଡ ଓ ହାଇଡ୍ରୋକାର୍ବନ ଆଦି ନିଷ୍କାସିତ ହୋଇଥାଏ। ଶେଷରେ ଏହିି ବାୟୁକୁ କମ୍ପ୍ରେସ ଡିଷ୍ଟିଲେସନରେ ପ୍ରୋସେସକୁ ନିଆଯାଇଥାଏ। ପ୍ରଥମେ ଏହାକୁ ଥଣ୍ଡା କରାଯାଏ। ପରେ ଏହାକୁ ୧୮୫ ଡିଗ୍ରୀ ସେଣ୍ଟିଗ୍ରେଟରେ ଗରମ କରାଯାଏ। ଏହାକୁ ବିସ୍ତତ (ଡିଷ୍ଟିଲ୍ଡ) କରାଯାଏ। ଏହି ପ୍ରକ୍ରିୟାରେ ପାଣିକୁ ପ୍ରଥମେ ଫୁଟାଯାଏ। ପରେ ଏହାର ଜଳୀୟବାଷ୍ପକୁ ଜମା କରାଯାଇଥାଏ। ଏହି ପ୍ରକ୍ରିୟାକୁ ଭିନ୍ନ ଭିନ୍ନ ସ୍ତରରେ କରାଯାଏ। ଏହା କରିବା ଦ୍ୱାରା ଅକ୍ସିଜେନ, ନାଇଟ୍ରୋଜେନ ଓ ଆର୍ଗନ ଭଳି ଗ୍ୟାସ୍‌ ନିଷ୍କାସିତ ହୋଇଥାଏ। ଏହି ପ୍ରକି୍ରିୟା ଶେଷରେ ଲିକ୍ୱିଡ ଅକ୍ସିଜେନ ଓ ଗ୍ୟାସ ଅକ୍ସିଜେନ ମିଳିଥାଏ।

କେଉଁ କମ୍ପାନୀ ଅମ୍ଳଜାନ ଗ୍ୟାସ ତିଆରି କରେ?

ଭାରତରେ ଅନେକ କମ୍ପାନୀ ରହିଛି ଯେଉଁମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅକ୍ସିଜେନ ପ୍ରସ୍ତୁତ କରିଥାଏ। ଏହା କେବଳ ଲୋକଙ୍କ ଜୀବନ ବଞ୍ଚାଏ ନାହିଁ ମାତ୍ର ଷ୍ଟିଲ, ପେଟ୍ରୋଲିୟମ ଭଳି ଉଦ୍ୟୋଗ ଗୁଡିକରେ ଏହାର ବ୍ୟବହାର କରାଯଏ।

• ଆଇନକ୍ସ ଏୟାର ପ୍ରଡକ୍ଟସ୍‌ ପ୍ରାଇଭେଟ ଲିମିଟେଡ
• ଏଲେନବାରୀ ଇଣ୍ଡଷ୍ଟ୍ରିଆଲ ଗ୍ୟାସ ଲିମିଟେଡ
• ରିଫେକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ
• ନ୍ୟାସନାଲ ଅକ୍ସିଜେନ ଲିମିଟେଡ
• ଭଗବତୀ ଅକ୍ସିଜେନ ଲିମିଟେଡ
• ଲିଣ୍ଡେ ଇଣ୍ଡିଆ ଲିମିଟେଡ

oxy==

ତେବେ ଅନ୍ୟପକ୍ଷେ ନିମ୍ନରେ ଥିବା ଏହି ସବୁ କମ୍ପାନୀ ହସ୍ପିଟାଲକୁ ଅକ୍ସିଜେନ ସପ୍ଲାଏ କରୁଛନ୍ତି:-

– ଟାଟ ଷ୍ଟିଲ କମ୍ପାନୀ, ଯାହା ପ୍ରତିଦିନ ହସ୍ପିଟାଲ ସହ ରାଜ୍ୟ ସରକାରଙ୍କୁ ୨୦୦-୩୦୦ ଟନ ଲିକ୍ୱିଡ ଅକ୍ସିଜେନ ସପ୍ଲାଏ କରୁଛି।

– ଜିନ୍ଦଲ ଷ୍ଟିଲ, ଯାହା ଗୋଟେ ପଟେ ଓଡ଼ିଶା ଓ ଛତିଶଗଡକୁ ୫୦-୧୦୦ ମାଟି୍ରକ ଟନ ଅକ୍ସିଜେନ ହସ୍ପିଟାଲକୁ ଦେଉଛନ୍ତି। ଅନ୍ୟପକ୍ଷେ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କୁ ପ୍ରତିଦିନ ୧୮୫ ଟନ ଅକ୍ସିଜେନ ପ୍ରଦାନ କରାଯାଉଛି।

– ରିଲାୟନ୍ସ ମହାରାଷ୍ଟ୍ର ଓ ଗୁଜୁରାଟ ସରକାରଙ୍କୁ ଅକ୍ସିଜେନ ପ୍ରଦାନ କରାଯାଉଛି।

– ଆର୍ସେଲର ମିତଲ ନିପ୍ପୋଂ ପ୍ରତିଦିନ ହସ୍ପିଟାଲ ଓ ରାଜ୍ୟ ସରକାରଙ୍କୁ ୨୦୦ ମାଟ୍ରିକ ଟନର ଅକ୍ସିଜେନ ସପ୍ଲାଏ କରାଯାଉଛି।

– ଭିଲାଇ, ଦୁର୍ଗାପୁର ଓ ରାଉରକେଲା ଭଳି ଷ୍ଟିଲ ପ୍ଲାଣ୍ଟସ୍‌ ପାଖାପାଖି ୩୩ ହଜାର ଟନର ଲିକ୍ୱିଡ ଅକ୍ସିଜେନ ସପ୍ଲାଏ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.