ଭାରତରେ ଲଞ୍ଚ୍‌ ହେଲା ଫୁଜି ଫିଲ୍ମ ଇନ୍‌ଷ୍ଟାକ୍ସ ମିନି ୪୦ କ୍ୟାମେରା, ମିଳିବ ସେଲ୍‌ଫି ମୋଡ୍‌

ନୂଆଦିଲ୍ଲୀ : ଫୁଜି ଫିଲ୍ମ ତା’ର ନୂଆ ଇନ୍‌ଷ୍ଟଣ୍ଟ କ୍ୟାମେରା Fujifilm Instax Mini 40 ଭାରତରେ ଲଞ୍ଚ୍‌ କରିଛି । ଏହାର ମିନି ଫିଚର ଫର୍ମାଟ ଦିଆଯାଇଛି । ଏଥିରେ ଫଟୋ ପ୍ରିଣ୍ଟର ମଧ୍ୟ ମିନି ଫର୍ମାଟରେ ଦିଆଯାଇଛି । ଏଥିରେ ଅଟୋମେଟିକ ଏକ୍ସପୋଜର , ସେଲ୍ଫି ମୋଡ୍‌ ଫିଚର ଦିଆଯାଇଛି । ଏହା କ୍ଲାସିକ ଡିଜାଇନ ଥିବାବେଳେ ଏଥିରେ ହାଇ କ୍ୱାଲିଟି ଲେଦର ଟେକ୍ସଚର ଦିଆଯାଇଛି । ଏଥିରେ 60mm ଇନ୍‌ଷ୍ଟେକ୍ସ ଲେନ୍ସ ରହିଛି ଯାହାର ଫୋକସ ଲେଙ୍ଗଥ 30cm ହେବ ।

Fujifilm Instax Mini 40 ଇନଷ୍ଟାଣ୍ଟ ପ୍ରିଣ୍ଟ କ୍ୟାମେରାର ଭାରତୀୟ ବଜାରରେ ମୂଲ୍ୟ ରହିଛି ୮୪୯୯ ଟଙ୍କା । ଏହା କଲର ଓ ବ୍ଲାକ୍‌ ଟେକ୍ସଚର ରେ ଉପଲବ୍ଧ । ଏହାର ବିକ୍ରି ଆମାଜନ୍‌ ସହ ସବୁ ଷ୍ଟୋରରେ ମଧ୍ୟ ଉପଲବ୍ଧ ହେଉଛି ।

ଫିଚର :

ଏଥିରେ AA ସାଇଜର ଅଲ୍‌କାଲାଇନ୍‌ ବ୍ୟାଟେରୀ ରହିଛି ଯାହାକି ଫଟୋ କ୍ୟାମେରା ଉପର ପଟରୁ ବାହାରିବ । ଏଥିରେ ଅଟୋମେଟିକ ଏକ୍ସପୋଜର ଫିଚର ରହିଛି ଯାହା କି ଆଖପାଖର ଲାଇଟ ହିସାବରେ ବ୍ରାଇଟନେସ୍‌ କୁ ଆଡ୍‌ଜେଷ୍ଟ କରିବ । ଏଥିରେ ସେଲ୍ଫି ମୋଡ ମଧ୍ୟ ଦିଆଯାଇଛି । ସେଲ୍‌ଫିର ସୁଟିଂ ରେଞ୍ଜ 50cm ରହିଛି ।Fujifilm Instax Mini 40 ରେ ପ୍ରଥମରୁ ସଟର ସେଟ୍‌ ହୋଇଛି ଯାହାର ସ୍ପିଡ୍‌ ୧/୨ ସେକେଣ୍ଡରୁ ୧/୨୫୦ ସେକେଣ୍ଡ ଯାଏ ରହିଛି ।

ଏଥିରେ ଫିଲ୍ମ ଇଜେକ୍‌ସନ୍‌ ପ୍ରୋସେସ୍‌ ଆପେ ଆପେ ହୋଇଥାଏ । ବ୍ୟବହାର ନ ହେଲେ କ୍ୟାମେରା ୫ ମିନିଟ ଭିତରେ ଆପେ ଆପେ ବନ୍ଦ ହୋଇଯାଇଥାଏ । କ୍ୟାମେରାର ଓଜନ ରହିଛି ୩୩୦ ଗ୍ରାମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.