Below header

ଦିଲ୍ଲୀ: ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୨୪ ଘଣ୍ଟାରେ ଅତି ଗୁରୁତର ୨୫ ରୋଗୀଙ୍କ ମୃତ୍ୟୁ, ପହଞ୍ଚିଲା ନୂଆ ଅକ୍ସିଜେନ ଟ୍ୟାଙ୍କର

ଦେଶରେ କରୋନା ସଂକ୍ରମଣର ସ୍ଥିତି ବହୁତ ଭୟାବହ ରହିଛି। ଅକ୍ସିଜେନ ଅଭାବ ସମସ୍ୟା ସାଂଘାତିକ ରୂପ ନେଉଛି। ଏହାରି ଭିତରେ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରୁ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଅତି ଗୁରୁତର ଥିବା ୨୫ ରୋଗୀଙ୍କର ଗତ ୨୪ ଘଣ୍ଟାରେ ମୃତ୍ୟୁ ଘଟିଛି। ତେବେ ଘଟଣା ପଛର କାରଣ ଅକ୍ସିଜେନ ଅଭାବ ହୋଇଥାଇପାରେ ବୋଲି କୁହାଯାଉଛି। କିନ୍ତୁ ହସ୍ପିଟାଲ ଚେୟାରମ୍ୟାନ ଡା. ଡିଏମ୍‌ ରାଣା ଏହି କଥାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି କି, ଆଇସିୟୁରେ ପୂର୍ବରୁ ଅକ୍ସିଜେନ୍‌ ପ୍ରେସର କମି ଯାଇଥିଲା। ସେହି ସମୟରେ ଆମେ ମ୍ୟାନୁଆଲ ରୂପେ ଅକ୍ସିଜେନ୍‌ ଦେଇଥିଲୁ।

ସେପଟେ ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକଙ୍କ କହିବା ହେଲା, ‘ଅକ୍ସିଜେନ୍‌ ଭଣ୍ଡାର ଆଉ ୨ ଘଣ୍ଟା ଚାଲିବ। ଭେଣ୍ଟିଲେଟର ଏବଂ BIPAP ମେଶିନ କାମ କରୁନାହିଁ। ଅତି ଗୁରୁତର ଅନ୍ୟ ୬୦ ରୋଗୀ ମଧ୍ୟ ବିପଦରେ ଅଛନ୍ତି। ଗମ୍ଭୀର ସଙ୍କଟର ଆଶଙ୍କା ରହିଛି। ହସ୍ପିଟାଲର ଆଇସିୟୁ ଏବଂ ଜରୁରିକାଳୀନ ଚିକିତ୍ସା ବିଭାଗରେ ଅଣଯାନ୍ତ୍ରିକ ଉପାୟରେ ଭେଣ୍ଟିଲେଶନ କରାଇବାର ପ୍ରୟାସ ଜାରି ରହିଛି।’

କେନ୍ଦ୍ର ସରକାରଙ୍କ ଏକ ସୂତ୍ରରୁ ଜଣାପଡ଼ିଛି କି, ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନର ପର୍ଯ୍ୟାପ୍ତ ଭଣ୍ଡାର ଅଛି। ଆହୁରି ଏକ ଅକ୍ସିଜେନ୍‌ ଟ୍ୟାଙ୍କର ହସ୍ପିଟାଲରେ ପହଞ୍ଚିଛି, ଯାହା ଭଣ୍ଡାରର କ୍ଷମତାକୁ ପୂରା କରିବ। ହସ୍ପିଟାଲର ଜଣେ ଅଧିକାର କହିଛନ୍ତି, ଅକ୍ସିଜେନ ଟ୍ୟାଙ୍କର ସକାଳ ୯ଟା ୨୦ରେ ହସ୍ପିଟାଲରେ ପହଞ୍ଚିଛି। ଏହା କେତେ ଘଣ୍ଟା ଚାଲିବ, ତାହା ଅକ୍ସିଜେନ ବ୍ୟବହାର ଉପରେ ନିର୍ଭର କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.