ଟିଭିର ରିମୋଟ୍‌ ଭଳି କାମ କରିପାରିବ ଆପଣଙ୍କ ସ୍ମାର୍ଟଫୋନ୍‌, ଜାଣନ୍ତୁ କେମିତି

ଏବେ କେବଳ ମୋବାଇଲ ଫୋନ୍‌ ନୁହେଁ ବରଂ ଟେଲିଭିଜନ୍‌ ବି ସ୍ମାର୍ଟ ହୋଇଯାଇଛି। ପୂର୍ବରୁ ଲୋକମାନେ ସ୍ମାର୍ଟ ଟିଭି କିଣିବାକୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରୁଥିଲେ। କିନ୍ତୁ ଏବେ ଆଉ ସେ ଟେନ୍‌ସନ୍‌ ନାହିଁ। ଏବେ ୧୫ ହଜାର ଟଙ୍କାରେ ବି ସ୍ମାର୍ଟ ଟିଭି ଉପଲବ୍ଧ ହେଉଛି। ତେବେ ବେଳେବେଳେ ଏହି ଟିଭିର ରିମୋଟ୍‌ ଅପରେଟ୍‌ କରିବାରେ ସମସ୍ୟା ଉପୁଜେ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ଆପଣ ନିଜ ସ୍ମାର୍ଟ ଫୋନ୍‌କୁ ବି ରିମୋଟ୍‌ରେ ପରିବର୍ତ୍ତିତ କରିପାରିବେ। ସ୍ମାର୍ଟ ଫୋନ୍‌ ମାଧ୍ୟମରେ ଆପଣ ଟିଭିକୁ ଅପରେଟ୍‌ ବି କରିପାରିବେ। ଆସନ୍ତୁ ଜାଣିବା କେମିତି…

  • ସ୍ମାର୍ଟଫୋନ୍‌ରେ ଗୁଗଲ ପ୍ଲେ ଷ୍ଟୋର ଓପନ୍‌ କରନ୍ତୁ ଓ Android TV Remote Control  ଆପ୍‌ ଡାଉନ୍‌ଲୋଡ୍‌ କରନ୍ତୁ।
  • ଯେଉଁ ଟିଭିକୁ ଅପରେଟ୍‌ କରିବାକୁ ଚାହୁଁଛନ୍ତି ତାହାକୁ ଓପନ୍‌ କରନ୍ତୁ।
  • ଏବେ ନିଜ ସ୍ମାର୍ଟ ଟିଭି ଓ ସ୍ମାର୍ଟ ଫୋନ୍‌ ଉଭୟକୁ ଗୋଟିଏ ଓ୍ଵାଇଫାଇରେ କନେକ୍ଟ କରନ୍ତୁ। ଏହି ଓ୍ଵାଇ ଫାଇ ପାଇଁ କୌଣସି ଅନ୍ୟ ଫୋନ୍‌ର ହଟ୍‌ସ୍ପଟ୍‌ର ସାହାରା ବି ନେଇପାରିବେ।
  • ଆଣ୍ଡ୍ରଏଡ୍‌ ଟିଭି ରିମୋଟ୍‌ କଣ୍ଟ୍ରୋଲ ଆପ୍‌ରେ ଡିଭାଇସ୍‌ ସର୍ଚ୍ଚ କରନ୍ତୁ ଓ ନିଜ Smart Android TVର ମଡେଲ ନମ୍ବରକୁ ସିଲେକ୍ଟ କରନ୍ତୁ।
  • ଟିଭି ମଡେଲ ସିଲେକ୍ଟ ହେବା ପରେ ଏକ ପିନ୍‌ ନମ୍ବର ଆପଣଙ୍କ ଟିଭି ସ୍କ୍ରିନ୍‌ରେ ଦେଖାଇବ, ତାହାକୁ ଆପ୍‌ରେ ସବ୍‌ମିଟ୍‌ କରାନ୍ତୁ।
  • ପିନ୍‌ ମ୍ୟାଚ୍‌ ହେବା ପରେ ଆପଣଙ୍କ ସ୍ମାର୍ଟଫୋନ୍‌ ଓ ସ୍ମାର୍ଟ ଫୋନ୍‌ ଉଭୟ ପରସ୍ପର ସହ କନେକ୍ଟ ହୋଇଯିବ।
  • ଏବେ ଆପଣ ନିଜ ସ୍ମାର୍ଟଫୋନ୍‌କୁ ରିମୋଟ୍‌ ଭଳି ବ୍ୟବହାର କରିପାରିବେ ଓ ଆପ୍‌ ମାଧ୍ୟମରେ ନିଜ ଆଣ୍ଡ୍ରଏଡ୍‌ ଟିଭିକୁ କଣ୍ଟ୍ରୋଲ ବି କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.