ଆସନ୍ତା ଶୁକ୍ରବାର ଗୋଆରେ ଜିଏସ୍‌ଟି କାଉନ୍‌ସିଲ ବୈଠକ

ଗୋଆ(କେନ୍ୟୁଜ୍) : ଆସନ୍ତା ଶୁକ୍ରବାର ଗୋଆରେ ଜିଏସ୍‌ଟି କାଉନ୍‌ସିଲ ବୈଠକ। ଆର୍ଥିକ ମାନ୍ଦାବସ୍ଥା ଚର୍ଚ୍ଚା ଭିତରେ ଏହି ବୈଠକର ଗୁରୁତ୍ୱ ରହିଛି। ବିଶେଷ କରି ଅଟୋ ସେକ୍ଟର ଉପରେ ଯେଉଁ ମାଡ ପଡିଛି, ସେଥିରୁ ମୁକୁଳିବାକୁ ରେଟ୍‌ କଟ୍‌ ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି। ତେଣୁ ଏଥର ଜିଏସ୍‌ଟି ବୈଠକରେ ଚାରି ଚକିଆ ଗାଡି ଉପରୁ ଜିଏସ୍‌ଟି ହ୍ରାସ ନେଇ ଆଲୋଚନା ହୋଇପାରେ। ଏହାସହ FMCG କ୍ଷେତ୍ରରେ ମଧ୍ୟ ଜିଏସ୍‌ଟି ହ୍ରାସ ନେଇ ଦାବି ଉଠୁଛି। ବୈଠକରେ ଯୋଗ ଦେବେ ଓଡ଼ିଶାର ଅର୍ଥମନ୍ତ୍ରୀ। ଏ ଅବସରରେ ପଞ୍ଚଦଶ ଅର୍ଥକମିଶନ ଅଧ୍ୟକ୍ଷଙ୍କୁ ଏକ ମେମୋରେଣ୍ଡମ ଦେବେ ବୋଲି ସୂଚନା ମିଳିଛି। ଗତ ଜାନୁଆରୀ ମାସରେ ଓଡ଼ିଶା ଆସିଥିଲେ କମିଶନ ଅଧ୍ୟକ୍ଷ ଏନ୍‌ କେ ସିଂହ। ସେ ସମୟରେ ପୁରୀର ବିକାଶ ପାଇଁ ଓଡ଼ିଶା ୨୩୦ କୋଟି ଟଙ୍କାର ଦାବି କରିଥିଲେ। ବର୍ତ୍ତମାନ ପୁରୀ ପାଇଁ ପ୍ରାୟ ୧୫ଶହ କୋଟି ଟଙ୍କା ଦାବି କରିବା ନେଇ ସୂଚନା ମିଳିଛି। ଏ ସମ୍ପର୍କରେ କମିଶନ ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର ଦେଇ ପାରନ୍ତି ଓଡ଼ିଶାର ଅର୍ଥମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.