ମୋ ପୋଷାକ ମୁଁ ନିଜେ ସଫା କରେ : ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ୬୯ ତମ ଜନ୍ମଦିନ ପାଳନ କରୁଛନ୍ତି। ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଏବଂ ସ୍ୱର୍ଗୀୟ ରାଜୀବ ଗାନ୍ଧୀଙ୍କ ପରେ ସବୁଠାରୁ ଷ୍ଟାଇଲିସ୍ ଏବଂ ସ୍ମାର୍ଟ ପ୍ରଧାନମନ୍ତ୍ରୀ ଭାବେ ମୋଦି ବେଶ୍ ଜଣାଶୁଣା। ଯୁବପିଢିଙ୍କ ପାଇଁ ଫ୍ୟାଶନ ଆଇକନ ପାଲଟିଥିବା ମୋଦିଙ୍କ କୁର୍ତ୍ତା ଆଜିକାଲି ଯୁବପିଢିଙ୍କ ପାଇଁ ଷ୍ଟାଇଲ ଷ୍ଟେଟମେଣ୍ଟ ପାଲଟିଯାଇଛି। ପଣ୍ଡିତ ନେହରୁଙ୍କ ଡ୍ରେସକୁ ନେହରୁ ବ୍ରାଣ୍ଡ ନାମ ଦିଆଯାଇଥିଲା ଏବଂ ହାଇନେକ କୁର୍ତ୍ତାକୁ ନେହରୁ ବେକ ନାମରେ ଜଣାଶୁଣା ହୋଇଥିଲା, ସେହିପରି ହାର୍ଫ ହାତ କୁର୍ତ୍ତାକୁ ଦେଶରେ ଫ୍ୟାଶନ ଭାବେ ପରିଚିତ କରିଛନ୍ତି ମୋଦି ।
ନିକଟରେ ମୋଦି ତାଙ୍କର ଷ୍ଟାଇଲିସ କୁର୍ତ୍ତା ବିଷୟରେ ପଚରାଯିବାରୁ ସେ କହିଥିଲେ, ଆରଏସଏସ୍ ଏବଂ ଭାଜପାର କାମ କେବଳ ଯାତ୍ରା କରିବା ନୁହେଁ । ମୋର କପଡା ମୁଁ ନିଜେ ସଫା କରେ, ଫୁଲ ହାତ ଥିବା ଡ୍ରେସ ଧୋଇବା ବେଶୀ କଷ୍ଟ ଏବଂ ଅଧିକ ସମୟ ଲାଗିଥାଏ। ସେଥିପାଇଁ ଫୁଲ ହାତ ଥିବା ଡ୍ରେସକୁ କାଟି ଅଧା ହାତ କୁର୍ତ୍ତା ବନାଇଦିଏ।
ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ରଙ୍ଗର କୁର୍ତ୍ତାକୁ ଲୋକେ ପସନ୍ଦ କରିଥାନ୍ତି। ପ୍ରତିଟି ପୋଷାକରେ ମୋଦି ଷ୍ଟାଇଲିସ ଦେଖାଯାଆନ୍ତି। ମୋଦି କେତେ ଷ୍ଟାଇଲିସ ତାହା ତାଙ୍କର ବ୍ୟକ୍ତିତ୍ୱରେ ପରିସ୍ଫୁଟ ହୋଇଥାଏ। ମୋଦି ଯେଉଁ ସ୍ଥାନକୁ ଯାଆନ୍ତି, ସେହି ସ୍ଥାନର ହୋଇଯାନ୍ତି। ତେଣୁ କରି ମୋଦିଙ୍କ ଷ୍ଟାଇଲ ସମସ୍ତଙ୍କୁ ପସନ୍ଦ ଆସିଥାଏ। ତାଙ୍କ କୁର୍ତ୍ତା ହେଉ ଅବା ରଙ୍ଗ ବେରଙ୍ଗର ପଗଡି। ମୋଦି ସବୁବେଳେ ଖଦୀ କୁର୍ତ୍ତା ସହିତ ଧଳା ରଙ୍ଗର ଚୁଡିଦାର ପାଇଜାମା ପିନ୍ଧିବାକୁ ପସନ୍ଦ କରିଥାଏ। କିନ୍ତୁ ବିଦେଶ ଯାତ୍ରାରେ ମୋଦି କୋଟ୍ ପିନ୍ଧିଥାନ୍ତି। ମୋଦିଙ୍କ ଖଦୀ ଷ୍ଟାଇଲ ଯୁବପିଢିଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ।
ମୋଦି ତାଙ୍କର ସମସ୍ତ ପୋଷାକ ଅହମଦାବାଦର ଜଣେ ଦର୍ଜିଙ୍କ ପାଖରେ ସିଲେଇ କରିଥାନ୍ତି। ମୋଦିଙ୍କ ଷ୍ଟାଇଲ ସାଧାରଣ ହେବା ସହିତ ରୟାଲ ଲୁକ୍ ଦେଇଥାଏ। ମୋଦି ସର୍ବଦା ଋତୁ ଏବଂ ଆରାମକୁ ଧ୍ୟାନରେ ରଖି ଡ୍ରେସ ଚୟନ କରିଥାନ୍ତି।