କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କର ଯାଞ୍ଚ ପ୍ରକ୍ରିୟାରୁ ଜଣାପଡ଼ିଛି ୩ ଲକ୍ଷ ୪୧ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ: ଅରୁଣ ସାହୁ

ଭୁବନେଶ୍ବର(କେନ୍ଯୁଜ୍): କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କର ଯାଞ୍ଚ ପ୍ରକ୍ରିୟାରୁ ଜଣାପଡ଼ିଛି ୩ ଲକ୍ଷ ୪୧ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ସୂଚନା ଦେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ପ୍ରାୟ ୧୨ ହଜାର ବଡ଼ଚାଷୀ କାଳିଆ ସହାୟତା ପାଇଛନ୍ତି । ସେହି ଚାଷୀ ମାନଙ୍କୁ କାଳିଆ ଯୋଜନାରେ ପାଇଥିବା ସହାୟତା ଅର୍ଥ ଫେରସ୍ତ କରିବାକୁ ପ୍ରବର୍ତ୍ତା ଯିବ, କାରଣ ସେମାନେ ପିଏମ୍‌ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ । ପ୍ରାୟ ୯ ହଜାର ନାବାଳକ ଓ ନାବାଳିକା ଯୋଜନାରେ ସହାୟତା ପାଇଛନ୍ତି । ପ୍ରାୟ ୨୦ ହଜାର ସରକାରୀ ଚାକିରିଆ ବା ପେନସନ୍‌ ଭୋଗୀ କାଳିଆ ସହାୟତା ପାଇଛନ୍ତି । ସେମାନଙ୍କୁ ଏହି ରାଶି ଫେରସ୍ତ କରିବାକୁ କୁହାଯିବ ଅନ୍ୟଥା ସେମାନଙ୍କ ବେତନ ବା ପେନସନ୍‌ରୁ ଏହି ରାଶି ଭରଣା କରାଯିବାର ବ୍ୟବସ୍ଥା କରାଯିବ । ପ୍ରାୟ ୩ ଲକ୍ଷ ହିତାଧିକାରୀ, ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ହିତାଧିକାରୀ ଭାବେ କାଳିଆ ସହାୟତା ପାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.