ସାବଧାନ: ବ୍ୟବହାର କରୁଛନ୍ତି କି ଏହି ବ୍ୟାଙ୍କର କ୍ରେଡିଟ କାର୍ଡ, ୧୧ ଘଣ୍ଟା ବନ୍ଦ ରହିବ ସମସ୍ତ ସୁବିଧା

ଦେଶର ସବୁଠାରୁ ବଡ଼ ପ୍ରାଇଭେଟ ବ୍ୟାଙ୍କ HDFCର ଗ୍ରାହକ ମାନଙ୍କ ପାଇଁ ଏକ ବଡ଼ଖବ । ଯଦି ଆପଣ HDFC ବ୍ୟାଙ୍କର କ୍ରେଡିଟ କାର୍ଡ ବ୍ୟବହାର କରୁଛନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ । HDFC ବ୍ୟାଙ୍କ ନିଜର କ୍ରେଡିଟ କାର୍ଡଧାରକଙ୍କୁ ଏସଏମଏସ ଦ୍ୱାରା ଆଲର୍ଟ କରିଦେଇଛି । ବ୍ୟାଙ୍କର କହିବା ଅନୁଯାୟୀ ୨୦୨୦ ମସିହା ଜାନୁଆରୀ ୧୮ ତାରିଖ ଦିନ କ୍ରେଡିଟ କାର୍ଡଧାରକମାନେ ୧୧ ଘଣ୍ଟା ପର୍ଯ୍ୟନ୍ତ ନେଟବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଆଇବିଆର ସୁବିଧାର ଲାଭ ଉଠାଇପାରିବେ ନାହିଁ ।

ଜାନୁଆରୀ ୧୮ ତାରିଖରେ ରାତି ୧ଟା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ନେଟବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଆଇବିଆରରେ କ୍ରେଡିଟ କାର୍ଡର ସୁବିଧା ବନ୍ଦ ରହିବ । ତେବେ ସିଡ୍ୟୁଲ ମେଣ୍ଟେନାନ୍ସ କାରଣରୁ ଏପରି କରାଯାଉଛି ବୋଲି ସୂଚନା ମିଳିଛି ।

ବ୍ୟାଙ୍କ ସର୍ବଦା ନିଜର ଗ୍ରାହକଙ୍କୁ ସୁରକ୍ଷିତ ଲେଣଦେଣ ପାଇଁ ଆଲର୍ଟ କରିଥାଏ । ତେବେ କର୍ପୋରେଟ କମ୍ୟୁନିକେସନ ହେଡ଼ ନିରଜ ଝା’ଙ୍କ କହିବା ଅନୁଯାୟୀ ଆମେ ନିଜର ଗ୍ରାହକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ କରିବା ପାଇଁ ଏକ ନୂଆ କ୍ରେଡିଟ କାର୍ଡ ସିଷ୍ଟମକୁ ସ୍ବିଫ୍ଟ କରୁଛୁ । ସେଥିପାଇଁ ଜାନୁଆରୀ ୧୮ ତାରିଖରେ ନେଟବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଆଇବିଆର କାର୍ଡ ସେବା ରାତି ୧ଟା ଠାରୁ ଦିନ ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ ନାହିଁ । ଏହାବ୍ୟତୀତ ଗ୍ରାହକମାନେ ଅନ୍ୟ ସବୁ ସେବାଗୁଡିକର ଲାଭ ପୂର୍ବଭଳି ଉପଯୋଗ କରିପାରିବେ ।

ଗତ ମାସରେ HDFC ବ୍ୟାଙ୍କର ମୋବାଇଲ ଆପ ଓ ନେଟ ବ୍ୟାଙ୍କିଙ୍ଗ ଦୁଇଦିନ ପାଇଁ ବନ୍ଦ ରହିଥିଲା । ତେବେ ଟେକ୍ନିକାଲି ଖରାପ ହେବା କାରଣରୁ ଏପରି ହୋଇଥିଲା ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ନିକଟରେ କରାଯାଇଥିବା ଅନ୍ୟ ଏକ ଟ୍ୱିଟରେ HDFC ସୁରକ୍ଷିତ ବ୍ୟାଙ୍କିଙ୍ଗ ପାଇଁ ଗ୍ରାହକମାନଙ୍କୁ ପରାମର୍ଶ ଦେଇଥିଲା ଯେ ସେମାନେ ନିଜର ପାସୱାର୍ଡ଼ ଡିଟେଲସ ସମ୍ବନ୍ଧୀୟ ସୂଚନା କାହାସହ ସେୟାର କରନ୍ତୁ ନାହିଁ କାରଣ ବ୍ୟାଙ୍କ ନିଜର ଗ୍ରାହକମାନଙ୍କୁ କେବେବି ଏହି ସୂଚନା ମାଗିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.