Below header

‘POCO F2’ ସ୍ମାର୍ଟଫୋନ୍‌ ଖୁବ୍‌ଶୀଘ୍ର ହେବ ଲଞ୍ଚ୍‌, POCOକୁ ଅଲଗା ବ୍ରାଣ୍ଡ ରୂପେ ଘୋଷଣା କଲା Xiaomi

ଚୀନ୍‌ ସ୍ମାର୍ଟଫୋନ୍‌ ମେକର ‘Xiaomi’ ଏକ ବଡ଼ ଘୋଷଣା କରିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କମ୍ପାନୀ ଖୁବ୍‌ଶୀଘ୍ର ‘POCO F2’ ଲଞ୍ଚ୍‌ କରିପାରେ। ୨୦୧୮ରେ Xiaomiର ସବ୍‌ ବ୍ରାଣ୍ଡ ରୂପେ POCO ଆରମ୍ଭ ହୋଇଥିଲା। ଏହା ଅଧୀନରେ କମ୍ପାନୀ ‘Poco F1’ ଲଞ୍ଚ୍‌ କରିଥିଲା। ଏହି ସ୍ମାର୍ଟଫୋନ୍‌ ‘ଭାଲ୍ୟୁ ଫର୍‌ ମନି’ ପ୍ରମାଣିତ ହୋଇଥିଲା। କମ୍ପାନୀ କହିଛି, ‘Poco F1’ ଆଜି ବି ସଫଳ ସ୍ମାର୍ଟଫୋନ୍‌ ଭାବେ ଗଣାଯାଉଛି। ଏଥିପାଇଁ ଏହାକୁୁ ରିଷ୍ଟ୍ରକ୍ଚର କରି ଇଣ୍ଡିପେଣ୍ଡେଣ୍ଟ ବନାଯାଉଛି।

p7

ବେ ଏହି ଘୋଷଣା ବିଷୟରେ Xiaomi Indiaର ହେଡ୍‌ ତଥା ଗ୍ଲୋବାଲ୍‌ ଭାଇସ୍‌ ପ୍ରେସିଡେଣ୍ଟ ମନୁ ଜୈନ କହିଥିଲେ, ‘POCO ବର୍ତ୍ତମାନ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛି। Poco F1 ୟୁଜର ଗ୍ରୁପ୍‌ରେ ସବୁଠାରୁ ଅଧିକ ଲୋକପ୍ରିୟ ସ୍ମାର୍ଟଫୋନ୍‌ ହୋଇଯାଇଛି ଏବଂ ୨୦୨୦ରେ ଏହି ଫୋନ୍‌ ଭଲ ପ୍ରଦର୍ଶନ ମଧ୍ୟ କରୁଛି। ବର୍ତ୍ତମାନ Pocoକୁ ଅଲଗା ବ୍ରାଣ୍ଡ କରାଯାଇଛି’।

p9

ବର୍ତ୍ତମାନ କିଛିଦିନ ହେବ ‘POCO F2’ ସହ ଜଡ଼ିତ ଖବର ସବୁ ଆସିବାରେ ଲାଗିଛି। ଆଉ ଏହାରି ଭିତରେ କମ୍ପାନୀ ଦ୍ୱାରା କରାଯାଇଥିବା ଏହି ଘୋଷଣା ‘POCO F2’ର ଲଞ୍ଚିଙ୍ଗ୍‌ ଆଡ଼କୁ ଇସାରା କରୁଛି। କମ୍ପାନୀ କିଛି ମାସ ଭିତରେ ଏହି ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.