ୟାକୁ ହିଁ କୁହନ୍ତି ପରୋପକାର, ଭୋକିଲା ମାଛକୁ ନିଜ ଥଣ୍ଟରେ ଦାନା ଖୁଆଇଛି ବତକ, ଦେଖନ୍ତୁ ମନ ଖୁସି ହେଲା ଭଳି ଭିଡିଓ

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଳ ହେଉଛି। ଯେଉଁଥିରେ ଗୋଟେ ବତକ ପୋଖରୀରେ ଥିବା ମାଛଙ୍କୁ ନିଜ ଥୁଣ୍ଟ ସାହାଯ୍ୟରେ ଦାନା ଖୁଆଉଛି। ଭାରତୀୟ ବଦ ସେବା ଅଧିକାରୀ ୩୨ ସେକେଣ୍ଡର ଏହି ଭିଡିଓକୁ ଟ୍ଵିଟରରେ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ ଖାଦ୍ୟ ଶସ୍ୟ ରହିଥିବା ଟ୍ରେକୁ ପୋଖରୀ ହୁଡାରେ ରଖାଯାଇଛି। ଏହାପରେ ବତକ ନିଜର ଥୁଣ୍ଟରେ ଦାନା ରଖି ମାଛଙ୍କୁ ଖାଇବାକୁ ଦେଉଛି।

ଭିଡିଓ ସେୟାର କରିଥିବା ବ୍ୟକ୍ତି କହିଛନ୍ତି ଏହି ଭିଡିଓକୁ ଦେଖିଲେ ଜଣାପଡିବ ବନ୍ଧୁତା କାହାକୁ କୁହାଯାଏ। ଏହି ମାଛଙ୍କୁ ଏକ ବହୁତ ଭଲ ସାଙ୍ଗ ମିଳିଯାଇଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଭିଡିଓ ସେୟାର ହେବା ପରେ ଭିଡିଓକୁ ଲୋକାମାନେ ଖୁବ୍‌ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.