ଟଙ୍କା ଉଠାଇବାକୁ ବାହାରକୁ ଯିବାକୁ ପଡ଼ିବନାହିଁ ଆବଶ୍ୟକ, ATM ଆସିବ ଆପଣଙ୍କ ପାଖକୁ, ଏଚଡିଏଫସି ବ୍ୟାଙ୍କର ଖାସ ସର୍ଭିସ

କାରୋନା ଭାଇରସ କାରଣରୁ ଦେଶବ୍ୟାପୀ ଚାଲିଛି ଲକଡାଉନ। ଲକଡାଉନରେ ବାହାରକୁ ନ ବାହାରି ଘରେ ରହିବାକୁ କୁହାଯାଇଛି। ବାହାରକୁ ବାହାରି ଅନେକ ଲୋକ ପୋଲିସର ଲାଠିମାଡ ମଧ୍ୟ ଖାଉଛନ୍ତି। ସେହିପରି ଲକଡାଉନ ପାଇଁ ଲୋକଙ୍କୁ ଅନେକ ପ୍ରକାର ସମସ୍ୟାର ସାମ୍ନା କରିବାକୁ ପଡୁଛି। ଟଙ୍କା ଉଠାଇବାକୁ ATM ପାଖକୁ ଯିବାକୁ ବହୁତ ଅସୁବିଧା ହେଉଛି। ତେଣୁ ଲୋକଙ୍କର ଏହି ସମସ୍ୟାକୁ ଲକ୍ଷ କରି ଏଚଡ଼ିଏଫସି ବ୍ୟାଙ୍କ ଏହି ସମସ୍ୟାର ସମାଧାନ ବାହାର କରିଛି।

ଏଚଡ଼ିଏଫସି ବ୍ୟାଙ୍କ ବୁଧବାର ମୋବାଇଲ ATM ମେସିନ ଜାରି କରିଛି। ଏହା ସାହାଯ୍ୟରେ ଲୋକମାନଙ୍କୁ ଏଟିଏମ ପର୍ଯ୍ୟନ୍ତ ଯିବାକୁ ଆଉ ବାହାରକୁ ବାହାରିବାକୁ ପଡିବନାହିଁ, ବରଂ ଏଟିଏମ ନିଜେ ଆପଣଙ୍କ ପାଖକୁ ଚାଲିକି ଆସିବ। ଏହି ମୋବାଇଲ ଏଟିଏମ ସୁବିଧା ସକାଳ ୧୦ ଠାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ।

hdfc bankବ୍ୟାଙ୍କ କହିବାନୁଯାୟୀ ନୋଏଡା ଏବଂ ମୁମ୍ବାଇରେ ଗତକାଲି ଏହି ସେବା ସଫଳତାପୂର୍ବକ ଆରମ୍ଭ ହୋଇସାରିଛି। ବହୁତ ଜଲ୍ଦି ଦେଶର ଅନେକ ସ୍ଥାନରେ ଏହି ସେବାକୁ ଆରମ୍ଭ କରିଦିଆଯିବ। ମୋବାଇଲ ଏଟିଏମ ରୁଟକୁ ଚିହ୍ନଟ କରିବା ପାଇଁ ନିଜ ନିଜ ସହରର ସ୍ଥାନୀୟ ନିଗମ ଅଧିକାରୀଙ୍କ ଠାରୁ ସୂଚନା ସଂଗ୍ରହ କରାଯାଇପାରେ।

ପ୍ରତ୍ୟେକ ସ୍ଥାନରେ ନିର୍ଦ୍ଧିଷ୍ଟ ସମୟ ପାଇଁ ରହିବ

ଏହି ମୋବାଇଲ ଏଟିଏମ ପ୍ରତ୍ୟେକ ସ୍ଥାନରେ କିଛି ନିଶ୍ଚିତ ସମୟ ପାଇଁ ଉପଲବ୍ଧ ରହିବ। ସକାଳ ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ସାମାଜିକ ଦୂରତା ରଖିବା ସହିତ ଷ୍ଟାଫ ଏବଂ ଗ୍ରାହକଙ୍କ ସାନିଟାଇଜେସନର ପୂରା ଧ୍ୟାନ ରଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.