୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ, HCL ରେ ୯୬ ପଦବୀ ପଡିଛି ଖାଲି

ଚାକିରି ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ହିନ୍ଦୁସ୍ତାନ କପର ଲିମିଟେଡ୍‌ ଦ୍ୱାରା ଟ୍ରେଡ ଆପରଣ୍ଟିସରେ ଅନେକ ପଦବୀ ଖାଲିପଡିଛି। ଏହି ଖାଲିପଡିଥିବା ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ୨୧ ମଇ ୨୦୨୨ ରହିଛି। ଇଚ୍ଛୁକ ପ୍ରାର୍ଥୀ ଅଧିକାରକ ସାଇଟ୍‌ hindustancopper.com କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୯୬

ଇଲେକ୍ଟ୍ରିସିଆନ: ୨୨

ଇନଷ୍ଟମେଣ୍ଟ ମେକାନିକ: ୨

ମେକାନିକ ଡିଜେଲ: ୧୧

େଓ୍ଵଲଡର (ଜି ଆଣ୍ଡ ଇ) : ୧୪

ଫିଟର: ୧୪

ଟର୍ନର/ମେସିନିଷ୍ଟ: ୬

ଏସି ଏବଂ ରେଫ୍ରଜେରସନ ମେକାନିକ : ୨

ଡ୍ରାଫ୍ଟସମ୍ୟାନ୍‌ ମେକାନିକାଲ: ୩

ଡ୍ରାଫ୍ଟସମ୍ୟାନ୍‌ ସିଭିଲ: ୧

ସର୍ଭେୟର:୫

ବଢେଇ: ୩

ପ୍ଲମ୍ବର: ୨

ବିଲିଡିଂ କନଷ୍ଟ୍ରକ୍ଟର: ୧

ସର୍ଟ ଫାୟର/ବ୍ଲାଷ୍ଟର: ୫

ରୋଷେଇୟା: ୫

ଜରୁରୀ ତାରିଖ: ଆବେଦନ କରିବାର ତାରିଖ ୧୮ ଏପ୍ରିଲ ୨୦୨୨ ରହିଥିବା ବେଳେ ଶେଷ ତାରିଖ ୨୧ ମଇ ୨୦୨୨ ରହିଛି। ଲିଖିତ ପରୀକ୍ଷା ପାଇଁ ତାରିଖ ୩୧ ଜୁଲାଇ ୨୦୨୨ ରହିଛି।

job application
abp news

ଶିକ୍ଷାଗତ ଯୋଗ୍ୟତା :

ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ ରୁ ୧୦ମ ପାସ୍‌ କରିଥିବା ଜରୁରୀ। ଏହାସହିତ ପ୍ରାର୍ଥୀଙ୍କ ପାଖରେ ସମ୍ବନ୍ଧିତ ଟ୍ରେଡରେ ଆଇଟିଆଇରେ ଡିଗ୍ରୀ କରିଥିବା ଜରୁରୀ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ରୁ ଅଧିକ ହୋଇନଥିବ। ଓବିସି ବର୍ଗ ପାଇଁ ବୟସ ସୀମାରେ ୩ ବର୍ଷ ରିହାତି ମିଳିବ। ଏସସି/ଏସଟି ବର୍ଗର ପ୍ରାର୍ଥୀଙ୍କୁ ୫ ବର୍ଷର ରିହାତି ମିଳିବ।

କିପରି ହେବ ଚୟନ:

ଏହି ପଦବୀରେ ଚୟନ ଲିଖିତ ପରୀକ୍ଷା ଏବଂ ଫିଜିକାଲ ଫିଟନେସ ଟେଷ୍ଟ ଆଧାରରେ କରାଯିବ।

ଅଧିକ ଜାଣିବା ପାଇଁ କ୍ଲିକ କରନ୍ତୁ:

https://www.apprenticeship.gov.in/pages/Apprenticeship/home.aspx

https://www.adda247.com/jobs/wp-content/uploads/sites/12/2022/04/23135449/hcl.pdf

 

Also Read : ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, DAV ରେ ଖାଲିପଡିଛି ଅନେକ ପଦବୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.