ଅଦିନିଆ ବଜ୍ରାଘାତରେ ଚାଲିଗଲା ମହିଳା ଜୀବନ

ଭଞ୍ଜନଗର(କେନ୍ୟୁଜ): ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ, କର୍ପୁର ନୂଆଗାଁରେ ଘଟିଛି ଏଭଳି ଘଟଣା । ମୃତ ମହିଳା ଜଣକ ସେହି ଗାଁର ରଞ୍ଜିତା ବେହେରା । କୌଣସି କାର୍ଯ୍ୟରେ ବାହାରକୁ ଯାଇ ଘରକୁ ଫେରିବା ସମୟରେ ଅଦିନିଆ ବର୍ଷା ଜନିତ ବିଜୁଳି ଘଡଘଡି ହୋଇଥିଲା ।

ଏହି ସମୟରେ ବଜ୍ରାଘାତ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି  ନିକଟସ୍ଥ ଆସିକା ମେଡିକାଲରେ ଭର୍ତି କରିଥିବାବେଳେ, ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଆସିକା ଥାନା ପୋଲିସ ପହଞ୍ଚି , ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.