ହୋଣ୍ଡାର ସବୁଠାରୁ ଶସ୍ତା ହ୍ୟାଚବ୍ୟାକ୍ କାରର ଭାରତରେ ବନ୍ଦ ହେଲା ବିକ୍ରି

ନୂଆଦିଲ୍ଲୀ : ଜାପାନି ଗାଡି କମ୍ପାନି ହୋଣ୍ଡା ଭାରତରେ ତାହାର ସବୁଠାରୁ ଶସ୍ତା କାର ହୋଣ୍ଡା ବ୍ରିଓର ପ୍ରସ୍ତୁତି ବନ୍ଦ କରିବାକୁ ଯାଉଛି। କମ୍ପାନି ସିଡେନ, ଆମେଜର ବିକ୍ରିକୁ ବଢ଼ାଇବା ପାଇଁ ଏହି ନିଷ୍ପତି ନେଇଛି ବୋଲି ଜଣାପଡ଼ୁଛି।

ହୋଣ୍ଡା କାର କମ୍ପାନିର ଭାରତ ନିର୍ଦ୍ଦେଶକଙ୍କ କହିବାମୁତାବକ, ଆମର ପ୍ରାରମ୍ଭିକ ମୂଲ୍ୟ ବିଶିଷ୍ଟ କାର ମାନଙ୍କ ମଧ୍ୟରେ ଏବେ ପ୍ରଥମ ତାଲିକାରେ ଆମେଜ ରହିଛି। ଆମେ ବ୍ରିଓର ଉତ୍ପାଦନ ବନ୍ଦ କରିଥିବା ବେଳେ ଏହାର ନୂତନ ସଂସ୍କରଣ ଆଣିବାର ଏଯାଏଁ ଆମର କୌଣସି ଯୋଜନା ରହିନାହିଁ। ତେବେ ଗ୍ରାହକ ଏବେ ଛୋଟ ଗାଡି ଅପେକ୍ଷା ବଡ଼ କାର ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି। ଖାଲି ଭାରତ ନୁହଁ ଇଣ୍ଟରନ୍ୟାସନାଲ ମାର୍କେଟରେ ମଧ୍ୟ ଏହି ଚଳନ ଦେଖିବାକୁ ମିଳିଛି।

honda-brio

ଏହାଛଡ଼ା ନିର୍ଦ୍ଦେଶକ କହିଛନ୍ତି, ଗତବର୍ଷ ସିଡେନର ବିକ୍ରି ଅଧିକ ରହିଥିଲା। ସେହିପରି ବ୍ରିଓ ପରେ ଆମେଜ ଭାରତରେ କମ୍ପାନିର ପ୍ରାରମ୍ଭିକ ମୂଲ୍ୟରେ ରହିଥିବା କାର ହେବ। ଏହାର ଜେଜ୍ ଏବଂ ଡବ୍ୟୁଆର-ବି ଦୁଇ ଅନ୍ୟ ମଡେଲ, ଯାହା ଛୋଟ କାରର ଆବଶ୍ୟକତାକୁ ପୂରା କରୁଛି।

ନିଶ୍ଚିତ ପଢ଼ନ୍ତୁ:

ହୋଣ୍ଡା କମ୍ପାନି ସେପ୍ଟେମ୍ବର ୨୦୧୧ ମସିହାରେ ବ୍ରିଓକୁ ଭାରତୀୟ ବଜାରରେ ଲଞ୍ଚ କରିଥିବା ବେଳେ ଏଯାଏଁ କମ୍ପାନି ଏହାର ୯୭,୦୦୦ଟି ୟୁନିଟ ବିକ୍ରି କରିସାରିଛି। ଏହା ପୂର୍ବରୁ କମ ବିକ୍ରି ପାଇଁ ମଧ୍ୟ ହୋଣ୍ଡାର ଏମପିଭି ମୋବିଲିୟୋର ବିକ୍ରିକୁ ବନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.