ସ୍ମାର୍ଟଫୋନ ବିକ୍ରି କରିବାକୁ ଯାଉଛନ୍ତି କି ? ତେବେ ସମସ୍ତ ଡାଟା ଡିଲିଟ କରିବା ପାଇଁ ଫଲୋ କରନ୍ତୁ ଏହି ଟିପ୍ସ

ନୂଆଦିଲ୍ଲୀ : ସ୍ମାର୍ଟଫୋନ ଆମ ଜୀବନର ଏକ ଜରୁରୀ ଅଂଶ ପାଲଟିଛି। ଏନେଇ ପ୍ରତ୍ଯେକ ସ୍ମାର୍ଟଫୋନ ଗ୍ରାହକ ନିଜ ମୋବାଇଲରେ ଜରୁରୀ ଫଟୋ, ମେସେଜ୍ , ଭିଡିଓ ସମେତ ଅନେକ ଡମ୍ଯୁମେଣ୍ଟସ୍ ସାଇତି ରଖିଥାନ୍ତି। ସସସ୍ତଙ୍କୁ ଲାଗିଥାଏ ସେମାନେ ମୋବାଇଲରେ ଡାଟାକୁ ସେଭ କରି ସୁରକ୍ଷିତ ରଖୁଛନ୍ତି। କିନ୍ତୁ ସ୍ମାର୍ଟଫୋନରେ ସେଭ ରହିଥିବା ଡାଟା ବେଳେ ଚିନ୍ତାର କାରଣ ପାଲଟିଯାଇଥାଏ।କାରଣ ଯେତେବେଳେ ଆପଣ କୌଣସି ମୋବାଇଲ ବିକ୍ରି କରିଥାନ୍ତି ଅଥବା ବଦଳିଥାନ୍ତି ସେତେବେଳେ ମୋବାଇଲରୁ ଡାଟା ସଂପୂର୍ଣ୍ଣ ଭାବେ ଡିଲିଟ ହୋଇନଥାଏ। ଯାହା ପରବର୍ତ୍ତୀ ମୂହୂର୍ତ୍ତରେ ଅସୁବିଧାର କାରଣ ପାଲଟିଥାଏ। ଏଣୁ ଆଜି ଆମେ ଆପଣଙ୍କୁ ମୋବାଇଲରୁ ସଂପୂର୍ଣ୍ଣ ଡାଟା ଡିଲିଟ କରିବା ନେଇ କିଛି ଟିପ୍ସ ଦେବାକୁ ଯାଉଛୁ।

smartphone

ସାଧାରଣତଃ ସ୍ମାର୍ଟଫୋନ ଗ୍ରାହକ ଡାଟା ଡିଲିଟ କରିବା ପାଇଁ ଫ୍ଯାକ୍ଟରୀ ଡିଲିଟ କରିଥାନ୍ତି। କିନ୍ତୁ ବାସ୍ତବରେ ଏହା କରିବା ଦ୍ବାରା ଡାଟା ଡିଲିଟ ହୋଇନଥାଏ ବରଂ ତାହା କେବଳ ଡିଲିଟ ହେବାର ଚିହ୍ନକୁ ଟିକ୍ କରିଥାଏ। ଏଣୁ ଫ୍ଯାକ୍ଟରୀ ଡିଲିଟ କରିବା ପୂର୍ବରୁ ସର୍ବଦା ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ।

ଫ୍ଯାକ୍ଟରୀ ରିସେଟ କରିବା ପୂର୍ବରୁ ଆପଣ ସମସ୍ତ ଡାଟାକୁ କ୍ରିପେକ୍ ଫର୍ମାଟରେ କନଭର୍ଟ କରନ୍ତୁ। ଏହାପରେ ଫ୍ଯାକ୍ଟରୀ ରିସେଟ କରନ୍ତୁ । ଏହା ଦ୍ବାରା ଆପଣଙ୍କ କୌଣସି ଡାଟା ଫୋନରେ ରହିବ ନାହିଁ। ଏହାପରେ ମୋବାଇଲରେ ଯଦି ଭୁଲରେ କିଛି ଡାଟା ରହୁଛି ତେବେ ତାହାକୁ କିଏ ମଧ୍ୟ ରିକୋଭର କରିପାରନ୍ତି ନାହିଁ।

smartphone-r

କିପରି କରିବେ ଫର୍ମାଟକୁ କନର୍ଭଟ

-ପ୍ରଥମେ ଫୋନର ସେଟେଟିଂକୁ ଯାଆନ୍ତୁ। ଏହାପରେ ସିକ୍ଯୁରିଟି ଅପସନକୁ ଚୟନ କରନ୍ତୁ।

-ଏଠାରେ ଆପଣଙ୍କୁ ର ବିକଳ୍ପ ଦେଖିବାକୁ ମିଳିବ। ଏହାକୁ କ୍ଳିକ କରନ୍ତୁ।

-ଡାଟାକୁ ଏନକ୍ସ୍ରିପ୍ଟ କରିବା ସମୟ ଡାଟାର ସାଇଜ ଉପରେ ନିର୍ଭର କରିଥାଏ।

-ଏହା ପରେ ଫ୍ଯାକ୍ଟରୀ ରିସେଟ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.