୨୪ ଫେବ୍ରୁଆରୀରେ ଲଞ୍ଚ ହେବାକୁ ଯାଉଛି ହୁୱାଇର ଫୋଲ୍ଡେବଲ ୫ଜି ଫୋନ୍

ନୂଆଦିଲ୍ଲୀ : ଚାଇନାର ସ୍ମାର୍ଟଫୋନ କମ୍ପାନୀ ହୁଓ୍ବାଇ ନିଜର ପ୍ରଥମ ୫ଜି ସ୍ମାର୍ଟଫୋନ ଲଞ୍ଚ କରିବାର ତାରିଖ ନିକଟରେ ଘୋଷଣା କରିଛି। ଏହା ବିଷୟରେ ସୂଚନା କମ୍ପାନି ନିଜର ଟ୍ବିଟର ଆକାଉଣ୍ଟରେ ଦେଇଛି। ହୁୱାଇର ଫୋଲ୍ଡେବଲ ୫ଜି ସ୍ମାର୍ଟଫୋନ ୨୪ ଫେବ୍ରୁଆରୀ ବାର୍ସେଲୋନାରେ ଲଞ୍ଚ ହେବାକୁ ଯାଉଛି। ମୋବାଇଲ ଲଞ୍ଚିଂ ପାଇଁ କମ୍ପାନି ମିଡ଼ିଆ ଇନଭାଇଟ୍ସ ମଧ୍ୟ ପଠାଇ ସାରିଛି।


ହୁୱାଇର ଏହି ଫୋଲ୍ଡେବଲ ୫ଜି ଫୋନର ଫିଚର ବିଷୟରେ ବର୍ତ୍ତମାନ ପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ। କିନ୍ତୁ କିଛି ବିଶେଷ ସୂତ୍ରରୁ ଜଣାପଡ଼ିଛି ଏହା ଇନହାଉସ ପ୍ରୋସେସର ହାଇ ସିଲିକନ୍ କିରିନ ୯୮୦ସହ ଲଞ୍ଚ କରିବ। ଏଥିରେ ୫ଜି ପାଇଁ ୫୦୦୦ ମଡ଼େମ ରହିବ। ସେହିପରି ଏହାର ଡିସପ୍ଳେ ୭.୨ ଇଞ୍ଚ ରହିବ। ତେବେ ପ୍ରଥମ ପର‌୍ୟ୍ୟୟରେ ଏହାର କେବଳ ୩୦,୦୦୦ ୟୁନିଟ ହିଁ ପ୍ରସ୍ତୁତ କରାଯିବ ନେଇ ସୂଚନା ରହିଛି।

ନିଶ୍ଚିତ ପଢ଼ନ୍ତୁ : ଭାରତରେ ଲଞ୍ଚ ହେଲା ମାରୁତି ବାଲେନୋ ଫେସଲିଫ୍ଟ ଏବଂ ଜାଣନ୍ତୁ କେଉଁ ବାଲେନୋର କଣ ରହିଛି ଫିଚର

ଆପଣଙ୍କୁ ଜଣାଇବାକୁ ଚାହିଁବୁ, ହୁୱାଇର ଏହି ଫୋଲ୍ଡେବଲ ଫୋନର ରିପୋର୍ଟ ୨୦୧୭ ମସିହାରୁ ଆସିଛି। ସେହିପରି ଫେବ୍ରୁଆରୀ ୨୦ ତାରିଖରେ ସାମସଙ୍ଗ କମ୍ପାନି ମଧ୍ୟ ଫୋଲ୍ଡେବଲ ସ୍ମାର୍ଟଫୋନ ଲଞ୍ଚ କରିବା ପାଇଁ ଯାଉଛି। ଏନେଇ ଦୁଇ କମ୍ପାନିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଦେଖାଦେଇପାରେ ବୋଲି ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.