୨୧ ହଜାର ଟଙ୍କା ଦେଇ Hyundai i20କୁ କରନ୍ତୁ ବୁକିଙ୍ଗ୍‌, ଫିଚର୍ସ ଏତେ ବଢ଼ିଆ ଯେ କାରର ଦିଓ୍ଵାନା ହୋଇଯିବେ ଆପଣ

ଫେଷ୍ଟିଭ୍‌ ସିଜନରେ ଦେଶର ପ୍ରମୁଖ କାର ନିର୍ମାଣକାରୀ କମ୍ପାନୀ ହ୍ୟୁଣ୍ଡାଇ ନିଜର ଏକ ନୂଆ ନେକ୍ସଟ ଜେନେରେସନ Hyundai i20କୁ ଲଞ୍ଚ୍‌ କରିଛି। ଏହି ନୂଆ କାର Hyundai i20କୁ ଗ୍ରାହକ ଲମ୍ବା ସମୟ ଧରି ଅପେକ୍ଷା କରି ରହିଥିଲେ। ଏହି ନେକ୍ସଟ ଜେନେରସନର Hyundai i20ର ଏକ୍ସ ଶୋରୁମ ଦାମ ୬,୭୯,୯୦୦ ଟଙ୍କାରୁ ଆରମ୍ଭ ହେଉଛି। ନୂଆ 2020 Hyundai i20ର ବୁକିଂ ୨୮ ଅକ୍ଟୋବରରୁ ଆରମ୍ଭ ହେଉଛି। ଏହାକୁ ଆପଣ ୨୧୦୦୦ ଟଙ୍କାରେ ବୁକ କରିପାରିବେ।

ମିଳୁଛି ୧୦% କ୍ୟାସବ୍ୟାକ୍‌

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବୁକିଂରେ କ୍ୟାସବ୍ୟାକ ମଧ୍ୟ ମିଳୁଛି। ପ୍ଲାଟଫର୍ମରେ ଏହି କାରକୁ ବୁକ୍‌ କରିବାକୁ ଏଚଡିଏଫସି ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କର ଗ୍ରାହକଙ୍କୁ ୧୦ ପ୍ରତିଶତ କ୍ୟାସବ୍ୟାକ ମିଳୁଛି।

carHyundai i20ର ଭେରିୟଣ୍ଟ

ଏହି କାର ପେଟ୍ରୋଲ, ଡିଜେଲ ଏବଂ ଟର୍ବୋ ପେଟ୍ରୋଲ BS-VI ଇଞ୍ଜିନ ଏବଂ ଟ୍ରାନ୍ସମିସନ ଭର୍ସନରେ ମିଳିବ। ଯେଉଁଥିରେ ଫାଷ୍ଟ-ଇନ-ସେଗମେଣ୍ଟ ଇଣ୍ଟେଲିଜେଣ୍ଟ ମାନୁଆଲ ଟ୍ରାନ୍ସମିସନ, ଇଣ୍ଟେଲିଜେଣ୍ଟ ଭେରିଏବଲ ଟ୍ରାନ୍ସମିସନ, ୭-ସ୍ପିଡ ଡୁଆଲ ଟ୍ରାନ୍ସମିସନ ଏବଂ ମାନୁଆଲ ଭେରିୟଣ୍ଟ ସାମିଲ ରହିଛି।

କାରର ଖାସିୟତ ହେଉଛି ଏଥିରେ ୫ ବର୍ଷର ଓ୍ଵାରେଣ୍ଟୀ, ୩ ବର୍ଷର ପଯ୍ୟର୍ନ୍ତ Roadside Assistance , ୩ ବର୍ଷ ପଯ୍ୟର୍ନ୍ତ ବ୍ଲୁଲିଙ୍କ ସବସ୍କ୍ରିପସନ ମିଳିବ। Hyundai i20 ଭେରିୟଣ୍ଟ Magna, Sportz, Asta ଏବଂ Asta (O)ରେ ଆସିବ। କଲର ବିଷୟରେ କହିବା ତ i20 ୬ଟି କଲରରେ ଆସିବ, ଯଥା ଟାଇଫୁନ ସିଲଭର, ଟାଇଟନ ଗ୍ରେ, ଫିୟରୀ ରେଡ, ଷ୍ଟାରୀ ନାଇଟ ଏବଂ ମେଟାଲିକ କପରରେ ଉପଲବ୍ଧ ହେବ ଏହାସହିତ Dual tone color ପୋଲର ହ୍ଵାଇଟ ଓ୍ଵିଥ୍‌ ବ୍ଲାକ ରୁଫ ଏବଂ ଫିୟରୀ ରେଡ ଓ୍ଵିଥ୍‌ ବ୍ଲାକ ରୁଫ ମିଳିବ।

hyundai i20Hyundai i20ର ଫିଚର୍ସ ଏବଂ ସ୍ପେସିଫିକେସନ୍‌

ସେଫ୍ଟି ପାଇଁ ଏଥିରେ ଅନେକ ଫିଚର୍ସ ଦିଆଯାଇଛି। ଏଥିରେ ୬ଟି ଏୟାରବ୍ଯାଗ, ଇବିଡି, ଇଲେକ୍ଟ୍ରୋନିକ ଷ୍ଟାବିଲିଟି କେଣ୍ଟ୍ରାଲ, ଭେଇକିଲ ଷ୍ଟେବିଲିଟି ମ୍ଯାନେଜମେଣ୍ଟ ଏବଂ ହିଲ ଷ୍ଟାଟ ଆସିଷ୍ଟ ଭଳି ଫିଚର୍ସ ରହିଛି। ଏହା ସହିତ କାରରେ ଆଣ୍ଡ୍ରଏଡ ଅଟୋ, ଆପଲ କାରପ୍ଲେ ଏବଂ ହ୍ଯୁଣ୍ଡାଇ ବ୍ଲୁଲିଙ୍କ କନେକ୍ଟ କାର ଫିଚର୍ସ ରହିଛି। କେବଳ ଏତିକି ନୁହେଁ, ୧୦.୨୫ ଇଞ୍ଚର ଟଚସ୍କ୍ରିନ ଇନଫୋଟେନମେଣ୍ଟ ସିଷ୍ଟମ ମଧ୍ୟ ଦିଆଯାଇଛି। ଯେଉଁଥିରେ ଡିଜିଟାଲ ଇଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ୭ ସ୍ପିକର ସହିତ ବାସ୍ ସାଉଣ୍ଡ ସିଷ୍ଟମ, ସନରୁଫ, ୱେୟାରଲେସ ଫୋନ ଚାର୍ଜିଂ ଭଳି ଫିଚର୍ସ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.