ତୁରନ୍ତ କରନ୍ତୁ ଆଧାର ସହ ପାନ୍‌ର ସଂଯୋଗ, ନଚେତ୍‌ ଆସନ୍ତା ୩୧ ମାର୍ଚ୍ଚ ସୁଦ୍ଧା ହୋଇଯିବ ନିଷ୍କ୍ରିୟ

ଆୟକର ବିଭାଗ ସୂଚନା ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନିଜର ପାନ୍‌ କୁ ଆଧାର କାର୍ଡ ସହ ସଂଯୋଗ ନକରନ୍ତି ତେବେ ଆସନ୍ତା ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା ସେହି ବ୍ୟକ୍ତି ମାନଙ୍କର ପାନ୍‌ ନିଷ୍କ୍ରିୟ ହୋଇଯିବ। ପାନ୍‌ ଏବଂ ଆଧାରର ସଂଯୋଗକୁ ନେଇ ଅନେକ ଥର ସମୟସୀମା ବଢାଯାଇଛି କିନ୍ତୁ ଆସନ୍ତା ମାର୍ଚ୍ଚ ୨୦୨୦ରେ ଏହି ସମୟସୀମା ସମାପ୍ତ ହୋଇଯିବ। ଆୟକର ବିଭାଗ ଅନୁଯାୟୀ ୨୭ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ୩୦.୭୫ କୋଟି ପାନ୍‌କୁ ପୂର୍ବରୁ ଆଧାର ସହ ସଂଯୋଗ କରାଯାଇଛି।

picଆୟକର କାନୁନ୍‌ ଧାରା ୧୩୯ ଏଏ (୨) ଅନୁସାରେ ୧ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଯେଉଁ ଲୋକଙ୍କ ପାଖରେ ପାନ୍‌ ଏବଂ ଆଧାର ନେବାର ପାତ୍ର, ସେହି ବ୍ୟକ୍ତିମାନଙ୍କୁ ଆଧାର ସଂଖ୍ୟା ବିଷୟରେ ସଠିକ୍‌ ପ୍ରମାଣ ଦେବା ଉଚିତ।

aadhaarସୂଚନା ମୁତାବକ ଯେଉଁ ଲୋକଙ୍କ ପାନ୍‌ ନିଷ୍କ୍ରିୟ ହୋଇଯିବ, ସେହି ବ୍ୟକ୍ତିମାଦନଙ୍କୁ ଆୟକର କାନୁନ୍‌ ଜରିଆରେ ପରିଣାମ ଭୋଗିବାକୁ ପଡିବ। ବିଭାଗ କହିବାନୁଯାୟୀ ଯେଉଁ ବ୍ୟକ୍ତି ୩୧ ମାର୍ଚ୍ଚ ୨୦୨୦ ପରେ ନିଜର ପାନ୍କୁ ଆଧାର ସହ ସଂଯୋଗ କରିବେ, ସେହି ବ୍ୟକ୍ତି ପ୍ରମାଣ ଦେବା ପରେ ପରିଚାଳନାରେ ଆସିପାରିବେ।