ଚୀନ୍ରେ ସାଙ୍ଘାତିକ ହେଲାଣି ସ୍ଥିତି, କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୧୫୨୬ରେ ପହଁଚିଲା
ଚୀନ୍: ଚୀନ୍ରେ କରୋନା ଭାଇରସ୍ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ହୁୱେଇ ପ୍ରଦେଶରେ ଗତକାଲି ଗୋଟିଏ ଦିନରେ ୧୧୬ ଜଣ ଭାଇରସ୍ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହ ଚୀନ୍ରେ କରୋନା ମୃତ୍ୟୁ ସଂଖ୍ୟା ୧୫୨୬ରେ ପହଁଚିଛି। ହୁୱେଇରେ ଆଉ ୫ ହଜାର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଲୋକେ ଆତଙ୍କିତ ହୋଇ ଏହି ପ୍ରଦେଶ ଛାଡ଼ି ପଳାଉଛନ୍ତି। ଅପରପକ୍ଷେ ଚୀନ୍ରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାରରେ ପହଞ୍ଚିଛି। ଦୁଇ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ୧ ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ଚୀନ୍ ସରକାର ଯୁଦ୍ଧକାଳୀନ ଭିତ୍ତିରେ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି।