୧୨ ଘଣ୍ଟାରେ ହେବ ଇନକମ୍‌ ଟ୍ୟାକ୍ସ ରିଫଣ୍ଡ, ରେକର୍ଡ ନମ୍ବର ଟ୍ୟାକ୍ସ ପଇଠ ହେବା ପରେ ନିଷ୍ପତ୍ତି

ଇନକମ ଟ୍ୟାକ୍ସ ରିଫଣ୍ଡ ଟାଇମ ବହୁତ କମିଯାଇଛି । ଯେଉଁମାନେ ୨୦୨୩-୨୪ ବର୍ଷ ପାଇଁ ଟ୍ୟାକ୍ସ ପଇଠ କରିଛନ୍ତି ସେମାନଙ୍କୁ ରିଫଣ୍ଡ ପାଇବାକୁ କିଛି ସପ୍ତାହ ଅପେକ୍ଷା କରିବାକୁ ପଡୁଥିଲା ।

ନୂଆଦିଲ୍ଳୀ : ଇନକମ ଟ୍ୟାକ୍ସ ରିଫଣ୍ଡ ଟାଇମ ବହୁତ କମିଯାଇଛି । ଯେଉଁମାନେ ୨୦୨୩-୨୪ ବର୍ଷ ପାଇଁ ଟ୍ୟାକ୍ସ ପଇଠ କରିଛନ୍ତି ସେମାନଙ୍କୁ ରିଫଣ୍ଡ ପାଇବାକୁ କିଛି ସପ୍ତାହ ଅପେକ୍ଷା କରିବାକୁ ପଡୁଥିଲା ।

ତେବେ ଜୁଲାଇ ମାସରେ ଟ୍ୟାକ୍ସ ରିଟର୍ଣ୍ଣ କରିଥିବା ବହୁ କରଦାତା ରିଫଣ୍ଡ କିଛି ଦିନ ମଧ୍ୟରେ ଫେରସ୍ତ ପାଇଥିଲେ । ଏବେ ଜଣେ କରଦାତା ସୋସିଆଲ ମିଡିଆରେ ଦାବି କରିଛନ୍ତି ଯେ ସେ ତାଙ୍କର ରିଫଣ୍ଡ ମାତ୍ର ୧୨ ଘଣ୍ଟାରେ ପାଇଛନ୍ତି ।

ତାଙ୍କର ରିଟର୍ଣ୍ଣ ଫାଇଲ ଓ ରିଫଣ୍ଡ ଡିପୋଜିଟର ସ୍କ୍ରିନ ସଟ୍‌ ସେୟାର କରିଛନ୍ତି । ନିର୍ଣ୍ଣ କପୁର ନାମକ ଜଣେ ସାମ୍ବାଦିକ ତାଙ୍କ ଟ୍ଵିଟରରେ ଲେଖିଛନ୍ତି ଯେ ସେ ତାଙ୍କ ଜୀବନକାଳ ମଧ୍ୟରେ ଏତେ ଶୀଘ୍ର ରିଫଣ୍ଡ ପାଇବା ଦେଖିନାହାଁନ୍ତି । ସେ ତାଙ୍କ ରିଟର୍ଣ୍ଣ ଫାଇଲ ଜୁଲାଇ ୨୭ ରେ କରିଥିଲେ ଏବଂ ଉକ୍ତ ଦିନ ସନ୍ଧ୍ୟା ସୁଦ୍ଧା ତାଙ୍କର ରିଫଣ୍ଡ ମେସେଜ ପାଇଥିଲେ ।

ଚଳିତ ମାସ କରଦାତା ରେକର୍ଡ ନମ୍ବର ଟ୍ୟାକ୍ସ ପଇଠ କରିଥିବାରୁ ଏହା ସମ୍ଭବ ହୋଇଛି ବୋଲି ଅର୍ଥ ମନ୍ତ୍ରୀ ସୀତାରମଣ ପ୍ରକାଶ କରିଛନ୍ତି । ତେଣୁ କରଦାତାଙ୍କୁ ଆଉ ରିଫଣ୍ଡ ପାଇବା ପାଇଁ ବ୍ୟସ୍ତ ହେବାର ନାହିଁ ବୋଲି କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.