ଭାରତୀୟ ଡ଼ାକ ବିଭାଗ: MTS ଓ LDC ସହ ଅନ୍ୟ ପଦବୀ ପାଇଁ ବାହାରିଲା ପୋଷ୍ଟ, ଶୀଘ୍ର କରନ୍ତୁ ଆବେଦନ

ବାହାରିଲା ନୂଆ ସରକାରୀ ଚାକିରୀ ପାଇଁ ସୁବର୍ଣ୍ଣ ସୁଯୋଗ । ଭାରତ ସରକାରଙ୍କ ପକ୍ଷରୁ ଏହି ସୁଯୋଗ ତେଲେଙ୍ଗାନା ଜୋନ ପାଇଁ ବାହାର କରାଯାଇଛି । ମଲ୍ଟି ଟାକ୍ସିଂ ଷ୍ଟାଫ, ଲୋୟର ଡିଭିଜନ ସର୍କଲ, ପେଷ୍ଟଲ- ଆସିଷ୍ଟାଣ୍ଟ, ସେଟିଂଙ୍ଗ ଆସିଷ୍ଟାଣ୍ଟ , ପୋଷ୍ଟମାନ ବା ମେଲ ଗାର୍ଡ ପଦବୀ ଭର୍ତ୍ତି ପାଇଁ ବାହାରିଛି ଆବେଦନ । ଏହାର ନୋଟିଫିକେସନ ଏବଂ ସମସ୍ତ ସୂଚନା ଅଫିସିଆଲ ୱେବସାଇଟ tsposts.in/sportsrecruitment  ରେ ଜାରୀ କରାଯାଇଛି । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ୱେବସାଇଟ ଯାଇ ଆବେଦନ କରିପାରିବେ ।

ତେବେ ଏହାର ସମୟ ସୀମା ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ରଖାଯାଇଛି । ଜାଣନ୍ତୁ କେଉଁକେଉଁ ପଦବୀ ପାଇଁ ବାହାରିଛି ପଦବୀ:

india
pc: aajtak

– ଡାକ ସହାୟକ
– ରେଲୱେ ମେଲ ସେବା ଏବଂ ସେଟିଙ୍ଗ ଆସିଷ୍ଟାଣ୍ଟ
– ପୋଷ୍ଟମାନ
– ଅଫିସ ମେଲ ଗାର୍ଡ
– ମଲ୍ଟି ଟାକ୍ସିଂ ଷ୍ଟାଫ

ଏହାକୁ ନେଇ ମୋଟ ୫୫ ପଦବୀ ଖାଲି ରହିଛି । ପ୍ରାର୍ଥୀ ମାନଙ୍କ ଭର୍ତ୍ତୀ ଏହି ସବୁ ପୋଷ୍ଟରେ କରାଯିବ । ତେବେ ସବୁଠୁ ବଡ଼ କଥା ହେଉଛି ପ୍ରାର୍ଥୀମାନଙ୍କ ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା କେବଳ ୧୨ ବା +୨ ପାସ୍ ହୋଇଥିବା ଦରକାର । ଏହାବ୍ୟତିତ ଖେଳ କୋଟାକୁ ଧ୍ୟାନରେ ରଖି ସ୍ପୋଟର୍ସ କ୍ୱାଲିଫିକେସନ ମଧ୍ୟ ହେବା ଆବଶ୍ୟକ ।

MTS  ପଦବୀ ପାଇଁ ବୟସ ସୀମା ୧୮ରୁ ୨୫ ହୋଇଥିବା ଜରୁରୀ । ସେହିପରି ଅନ୍ୟ ପଦବୀ ପାଇଁ ବୟସ ସୀମା ୧୮ରୁ ୨୭ ହୋଇଥିବା ଆବଶ୍ୟକ । ତେବେ ଫର୍ମ ପୂରଣ ପାଇଁ ପ୍ରାର୍ଥୀମାନଙ୍କ ପାଇଁ ୨୦୦ ଟଙ୍କା ଫିସ ରଖାଯାଇଛି । ଏହାର ଆରମ୍ଭ ୧୬ ଅଗଷ୍ଟରୁ ଆରମ୍ଭ ହୋଇସାରିଛି । ଶେଷ ତାରିଖ ରହିଛି ୨୪ ସେପ୍ଟେମ୍ବର । ଅନ୍ୟ ସମସ୍ତ ଜରୁରୀ ସୁଚନା ପାଇଁ ଆପଣ ଏହାର ଅଫସିଆଲ ୱେବସାଇଟ ଯାଇ ଚେକ୍ କରିପାରିବେ ।

Leave A Reply

Your email address will not be published.